କନକ ବ୍ୟୁରୋ : ଅଳସ ଭାଙ୍ଗୁଛି ସୋରିଷ ଫୁଲ। ନଦୀପଠାରେ ବାଟୋଇଙ୍କୁ କରୁଛି ବିମୋହିତ। ପ୍ରତିଦିନ ରୋଷେଇ ଘରେ ବ୍ୟବହୃତ ହେଉଥିବା ଏକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ହେଉଛି ସୋରିଷ। ସୋରିଷରେ ନାନାଦି ଖାଦ୍ୟ ପ୍ରସ୍ତୁତି ହୁଏ। ଯାହା ଆମ ଓଠରେ ହସ ଫୁଟାଇଥାଏ। ହେଲେ ଏହି ସୋରିଷ ଚାଷ କରୁଥିବା ଚାଷୀଙ୍କ ଆଖିରେ ଏବେ ଲୁହ। ଲୋପ ପାଇବାକୁ ବସିଲାଣି ସୋରିଷ ଚାଷ। ଅମଳ କମ୍ ହେଉଥିବାରୁ ସୋରିଷ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଭଲ ମୁନାଫା ଆଶାରେ ବିଭିନ୍ନ ଫସଲ ସହ ସୋରିଷ ଚାଷ କରିଥିଲେ ଚାଷୀ। ହେଲେ ତାଙ୍କ ଆଶା, ଆଶାରେ ରହିଗଲା। ଆମେ କହୁଛୁ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ସଡାଂଶ ପଞ୍ଚାୟତ କରାଙ୍ଗ ଗ୍ରାମର ସୋରିଷ ଚାଷୀଙ୍କ କଥା। ଏଠାକାର ଚାଷୀ ତଅଳାଁ ନଦୀ ପଠାରେ ୫ ବର୍ଷ ହେଲା ସୋରିଷ ଚାଷ କରୁଛନ୍ତି। ଆଗରୁ ୫୦ଟି ଘର ଚାଷ କରୁଥିଲେ। ହେଲେ ଏବେ ତାହା କମି ୨୦ରେ ପହଞ୍ଚିଛି। ସୋରିଷ ଚାଷ କରିବାକୁ କୃଷି ବିଭାଗ ବି ଯୋଗାଉନି ସହାୟତା। ନା ସୋରିଷ ବିହନ ମିଳୁଛି ନା ସାର ଔଷଧ କି ଅର୍ଥ ରାଶି। କରାଙ୍ଗ ଚାଷୀମାନେ ନିଜ ପକେଟରୁ ବିହନ, ସାର, ଔଷଧ କିଣି ଚାଷ କରୁଛନ୍ତି। ସୋରିଷ ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ଥିଲେ ମଧ୍ୟ ଏଠାକାର ଚାଷୀ କିଛି ପାଉନଥିବା ଅଭିଯୋଗ କରିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି
- କାହା ସ୍ୱାର୍ଥରେ ନିଆଳିରେ ତିଆରି ହୋଇଛି କୃଷି ଅଫିସ?
- ସୋରିଷ ଚାଷୀଙ୍କୁ କାହିଁକି ମିଳୁନି ସରକାରୀ ସହାୟତା?
- କୃଷକଙ୍କ ପାଇଁ ଆସୁଥିବା ସହାୟତା ରାଶି ଯାଉଛି କୁଆଡ଼େ?
- କିଏ ହରିଲୁଟ୍ କରୁଛି ସୋରିଷ ଚାଷୀଙ୍କ ଅର୍ଥ?
- ଖବର ବାଜିବା ପରେ ସୋରିଷ ଚାଷୀଙ୍କୁ ମିଳିବ ତ ସହାୟତା?
- ଭାଙ୍ଗିବ ତ ବିଭାଗୀୟ ଅଧିକାରୀଙ୍କ ନିଦ?
- ଚାଷୀଙ୍କ ଟଙ୍କା ଖାଉଥିବା ଅଧିକାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/cuttack-2026-01-15-16-59-44.jpg)