କନକ  ବ୍ୟୁରୋ: ମୋକ୍ଷ ପ୍ରାପ୍ତି ଖୋଜ୍‌ରେ  ଅମ୍ବିଆ  ବାନୋ । ଲଣ୍ଡନରୁ ଚାଲିଆସିଛନ୍ତି କାଶୀ । ଅମ୍ବିଆ ବାନୋ ଜଣେ ବାଂଲାଦେଶୀ ମୁସଲିମ୍‌ ମହିଳା । କିନ୍ତୁ ବର୍ତ୍ତମାନ ସେ ବାରଣାସୀ ରେ ସନାତନ ଧର୍ମ ଗ୍ରହଣ କରି ଧର୍ମ ପରିବର୍ତ୍ତନ କରିଛନ୍ତି । ଲଣ୍ଡନରେ ବଢିଥିବା ଅମ୍ବିଆ ଙ୍କ ସହ ଏମିତି କଣ ହେଲା ଯେ ଧର୍ମ ପରିବର୍ତ୍ତନ କରିବା ସହ ମୋକ୍ଷ ପ୍ରାପ୍ତି ସନ୍ଧାନରେ ଭାରତରେ ପହଞ୍ଚି ସନାତନ ଧର୍ମ ଗ୍ରହଣ କରିନେଲେ । ଆସନ୍ତୁ ଜାଣିବା ୨୭ ବର୍ଷ ପୂର୍ବେ ଅମ୍ବିଆଙ୍କ ସହ କଣ ଘଟିଥିଲା ? ଆଉ କଣ ପାଇଁ ସେ ମୁସଲମାନରୁ ହିନ୍ଦୁ ହେଲେ ? କିଛି ବର୍ଷ ପୂର୍ବେ ଅମ୍ବିଆ ଧର୍ମପରିବର୍ତ୍ତନ କରି ଇସାଇ ଧର୍ମର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଏହାପରେ ଜାଣତରେ ହେଉ କି ଅଜାଣତରେ ତାଙ୍କ ଦ୍ବାରା ଗର୍ଭପାତ ଭଳି ଏକ ଅପରାଧ ହୋଇଯାଇଥିଲା ।

Advertisment

ସେହି ଘଟଣା ଅମ୍ବିଆଙ୍କୁ ଶାନ୍ତିରେ ଶୋଇବାକୁ ଦେଇ ନଥିଲା । ଏହାପରେ ଅମ୍ବିଆ ନିଷ୍ପତ୍ତି ନେଲେ ମୁସଲମାନରୁ ହିନ୍ଦୁ ହେବା ପାଇଁ । କାରଣ ସନାତନ ଧର୍ମ ବିଶ୍ବର ସବୁଠୁ ଶ୍ରେଷ୍ଠ ଧର୍ମ ବୋଲି ବିବେଚିତ । ଅମ୍ବିଆଙ୍କ ମତରେ ସନାତନ ଧର୍ମରେ ମୋକ୍ଷ ପ୍ରାପ୍ତିର ରାସ୍ତା ସହଜ । ତେଣୁ ସେ ମୋକ୍ଷ ପ୍ରାପ୍ତି ପାଇଁ ମୁସଲମାନରୁ ହିନ୍ଦୁ ହୋଇଛନ୍ତି ବୋଲି କହିଛନ୍ତି । ଅମ୍ବିଆ ବାରଣାସୀର ଦଶାଶ୍ୱମେଧ ଘାଟିରେ ପହଞ୍ଚି ପୂରା ଧାର୍ମିକ ରୀତିନୀତିରେ ସନାତନ ଧର୍ମକୁ ଆପଣାଇଛନ୍ତି । 


ପୁରୋହିତ ପଣ୍ଡିତ ରାମକିଶନ ପାଣ୍ଡେଙ୍କ ମାର୍ଗଦର୍ଶନରେ, ଅମ୍ବିଆ ପଞ୍ଚଗବ୍ୟ ଦ୍ବାରା ଶୁଦ୍ଧି ହୋଇଥିଲେ । ପାଞ୍ଚ ଜଣ ବୈଦିକ ବ୍ରାହ୍ମଣଙ୍କ ସହାୟତାରେ ଦଶାଶ୍ୱମେଧ ଘାଟରେ ପିଣ୍ଡଦାନ ବିଧି କରିଥିଲେ । ତାଙ୍କ ନୂତନ ଜୀବନର ଆରମ୍ଭ ସ୍ୱରୂପ, ତାଙ୍କ ନାମ ମଧ୍ୟ ଅମ୍ବିଆ ମାଲା ରଖାଯାଇଥିଲା । ୪୯ ବର୍ଷୀୟ ଅମ୍ବିଆ ନିଜ ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି ।