କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ଭିତରେ ବିବାଦ ନୂଆ ମୋଡ଼ ନେଇଛି । ରାଜନୈତିକ ଦଳ ଗଠନ ନେଇ ଏଲନ ମସ୍କଙ୍କ ବଡ଼ ଘୋଷଣା । ଶିଳ୍ପପତି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ ମସ୍କ ‘ଆମେରିକା ପାର୍ଟି’ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି । ଏହାସହ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୈତିକ ଭାବେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମସ୍କ । ଗୋଟିଏ ପାର୍ଟି ସିଷ୍ଟମରୁ ଆମେରିକୀୟଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ମସ୍କ । କେବଳ ଏତିକି ନୁହେଁ ଏକ ସର୍ଭେ ଅନୁଯାୟୀ ୨-୧ ଅନୁପାତରେ ଆମେରିକୀୟ ମାନେ ନୂଆ ରାଜନୈତିକ ଦଳ ବିକଳ୍ପର ଇଚ୍ଛା ପ୍ରକାଶ କରିବା ପରେ ଏହି ଦଳ ଗଠନ ନେଇ ନିଷ୍ପତ୍ତି ହୋଇଥିବା ମସ୍କ କହିଛନ୍ତି । ଟେସଲା ମାଲିକ ଏଲନ ମସ୍କଙ୍କ ଏପରି ଘୋଷଣା ପରେ ଆମେରିକାର ରାଜନୈତିକ ହଲଚଲ ବଢ଼ିଯାଇଛି ।
ମସ୍କଙ୍କ ନୂଆ ରାଜନୈତିକ ଦଳ
- ଆମେରିକାରେ ଲାଗୁ ହୋଇଛି ‘ବିଗ୍ ବିୟୁଟିଫୁଲ୍’ ଆଇନ
- ସ୍ବତନ୍ତ୍ରତା ଦିବସ ଅବସରେ ଏହା ଲାଗୁ ହୋଇଛି
- ଏହି ବିବାଦୀୟ ଆଇନ ଲାଗୁ ହେଲେ ନୂଆ ଦଳ ଗଠନ ନେଇ ଧମକ ଦେଇଥିଲେ ମସ୍କ
- ଏହି ନୂଆ ଆଇନ ଆମେରିକାକୁ ଦେବାଳିଆ କରିଦେବ ବୋଲି ମସ୍କଙ୍କ ଦାବି
- ‘ଆମେରିକା ପାର୍ଟି’ନାଁରେ ରାଜନୈତିକ ଦଳ ଗଠନ ନେଇ ମସ୍କ ଘୋଷଣା କରିଛନ୍ତି
- ରାଜନୈତିକ ଦଳ ଗଠନ ନେଇ ମତାମତ ଲୋଡ଼ିଥିଲେ ମସ୍କ
- ଏନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ
- ୬୫.୪% ଲୋକ ନୂଆ ଦଳ ଗଠନ ସପକ୍ଷରେ ମତ ଦେଇଥିଲେ
- ୩୪.୬% ଲୋକ ଏହାକୁ ବିରୋଧ କରିଥିଲେ
- ଏହାର ଦିନକ ପରେ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି
- ଆମେରିକୀୟଙ୍କୁ ସ୍ବାଧୀନତା ଦେବା ପାଇଁ ‘ଆମେରିକା ପାର୍ଟି’ ଗଠନ କରାଯାଇଥିବା ମସ୍କ କହିଛନ୍ତି