ସୁନିତା ୱିଲିୟମସଙ୍କ ଫେରିବାରେ ବିଳମ୍ବକୁ ନେଇ ଏଲନ ମସ୍କଙ୍କ ବଡ଼ ବୟାନ: କହିଲେ, ଫେରିବାରେ ବିଳମ୍ବ ପଛରେ ବାଇଡେନଙ୍କ ଭୁଲ୍‌..

Advertisment

ରାଜନୀତି ଯୋଗୁ ଦୁଇ ମହାକାଶଚାରୀଙ୍କୁ ଫେରାଇଆଣିବାକୁ ଦିଆଯାଇଥିବା ଅଫରକୁ ପ୍ରତ୍ୟାଖାନ କରିଥିଲା ନାସା ।

ରାଜନୀତି ଯୋଗୁ ଦୁଇ ମହାକାଶଚାରୀଙ୍କୁ ଫେରାଇଆଣିବାକୁ ଦିଆଯାଇଥିବା ଅଫରକୁ ପ୍ରତ୍ୟାଖାନ କରିଥିଲା ନାସା ।

‘ବାଇଡେନଙ୍କ ପାଇଁ ଫସିଛନ୍ତି ସୁନୀତା’

‘ବାଇଡେନଙ୍କ ପାଇଁ ଫସିଛନ୍ତି ସୁନୀତା’ Photograph: (kanakNews)

କନକ ବ୍ୟୁରୋ; ମହାକାଶରୁ ସୁନିତା ୱିଲିୟମସଙ୍କ ଫେରିବା ପଛରେ ବିଳମ୍ବକୁ ନେଇ ଏଲନ ମସ୍କଙ୍କ ବଡ଼ ବୟାନ । କହିଲେ ମହାକାଶଚାରୀଙ୍କ ଫେରିବାରେ ବିଳମ୍ବ ପଛରେ ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲ୍‌ ଥିଲା । ଦୁଇ ନାଶା ମହାକାଶଚାରୀଙ୍କୁ ଫେରାଇଆଣିବା ପାଇଁ ଦିଆଯାଇଥିବା ଅଫରକୁ ପ୍ରତ୍ୟାଖାନ କରିଥିଲା ନାସା । ରାଜନୈତିକ କାରଣ ଯୋଗୁ ସୁନୀତା ଏବଂ ତାଙ୍କ ସହଯୋଗୀ ଇଣ୍ଟରନ୍ୟାସନାଲ ସ୍ଫେଶ ଷ୍ଟେସନରେ ଫଶି ରହିଛନ୍ତି । 

ଗତବର୍ଷ ଜୁନ ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ ମିଶନରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା । ତାଙ୍କ ମହାକାଶ ଯାନ ବୋଇଙ୍ଗ ଷ୍ଟାରଲାଇନରେ ସ୍ପେଶ ଷ୍ଟେସନକୁ ଯାଇଥିଲା । ଯାନରେ ଟେକ୍ନିକାଲ ତ୍ରୁଟି ଯୋଗୁ ୧୦ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ରହିଛନ୍ତି ସୁନୀତି । ଏଭଳି ସ୍ଥିତିରେ ରାଜନୀତି ଯୋଗୁ ସୁନୀତା ଫେରିପାରିନଥିବା କହିଛନ୍ତି ଏଲନ ମସ୍କ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe