ପୁଣି ବିଗିଡ଼ିଲା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା; ଆଇସିୟୁରେ ଭର୍ତ୍ତି

ସଙ୍ଗୀତ ନିର୍ଦ୍ଦେଶକ  ଅଭିଜିତ ମଜୁମଦାରଙ୍କ ବିଗିଡିଲା ସ୍ବାସ୍ଥ୍ୟ  । ପୁଣି ଆଇସିୟୁରେ ଭର୍ତ୍ତି । ଏମ୍ସ ପକ୍ଷରୁ ସୂଚନା 

Abhij

କନକ ବ୍ୟୁରୋ: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ । ପୁଣିଥରେ ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ । ଗତ ୨୪ ଘଣ୍ଟାରେ ତାଙ୍କର ସ୍ଥିତି ଅଧିକ ଖରାପ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ଏମ୍ସ । ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ, ସେ ନିରନ୍ତର ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଭୂବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଣାଇଛନ୍ତି । 

ଅଭିଜିତ୍ Osmotic Demyelination Syndrome ଅର୍ଥାତ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ।  ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ହୋଇଛି । ରକ୍ତରେ ଜୀବାଣୁ ସଂକ୍ରମଣ ଓ  ପୁରୁଣା ଯକୃତ୍ ରୋଗ ସମସ୍ୟା ଏବଂ ଭିଟାମିନ 'ଡି' ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି । ଗତ ୨୫ ସେପ୍ଟେମ୍ବରରେ ଅଭିଜିତ ମଜୁମଦାରଙ୍କୁ Medical ICU ରୁ Medicine Ward କୁ ଅଣାଯାଇଥିଲା । କିନ୍ତୁ ଆଜି ସ୍ବାସ୍ଥ୍ୟ ବିଗିଡ଼ିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe