କନକ ବ୍ୟୁରୋ: ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ । କଟକ ସିଡିଓସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନେକ ଦିନରୁ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ହେଁ ନିଜର ଦୈନନ୍ଦିନ କାର୍ଯ୍ୟକୁ ସଠିକ୍ ରୂପେ କରୁଥିଲେ। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଗଣେଶ ପୂଜା ଏବଂ ଦଶହରାରେ କାର୍ଯ୍ୟକ୍ରମ ପାଇଁ ବେଶ୍ ଉତ୍ସାହିତ ଥିଲେ ।
ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟ ମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୀର୍ଘ ଚାରି ଦିନ ସେଠାରେ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏ ଖବର ପ୍ରଘଟ ହେବା ପରେ ସଙ୍ଗୀତ ଜଗତରେ ଏକ ଦୁଃଖର ବାଦଲ ଖେଳିଯାଇଛି । ଯାହା ସୂଚନା ମିଳିଛି ଦାଦାଙ୍କ ର ଶରୀରରେ ପୋଟାସିୟମ କମି ଯିବାରୁ ଏଭଳି ଗୁରୁତର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/31/abhijit-majumdar-2025-08-31-17-05-21.jpg)