ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ବିଶ୍ବର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ବୁଡ଼ରେ ମୁଖରିତ ହେଉଛି ପବିତ୍ର ଧାମ । ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ ହୋଇଛି ମେଳ । ସାଧନାକୁ ଜୀବନର ଶୃଙ୍ଗାର କରିଥିବା ଅନେକ ବିଚିତ୍ର ବାବାଙ୍କୁ ଏହି ମେଳାରେ ଦେଖିବାକୁ ମିଳୁଛି । କେଉଁ ବାବା ମୁଣ୍ଡରେ ଚାଷ କରିଛନ୍ତି ତ କେଉଁ ବାବା ନିଜ ହାତକୁ ଅନେକ ବର୍ଷ ହେଲାଣି ଛିଡ଼ା କରି ସାଧନା କରୁଛନ୍ତି । କେଉଁ ବାବା ଆଇଆଇଟି ପାଠ ଛାଡ଼ି ସନ୍ନ୍ୟାସ ହୋଇଛନ୍ତି ତ ଆଉ କିଏ ଗ୍ଲାମରସ୍ ଲାଇନ୍ ଛାଡ଼ି ମୁଣ୍ଡରେ ଭସ୍ମ ଲଗାଇ ହର ହର ମହାଦେବ ନାମ ନେଇ ମହାକୁମ୍ଭର ଆନନ୍ଦ ନେଉଛନ୍ତି । 

Advertisment

hgbgdfcascedwed

କେବଳ ଭାରତରୁ ହିଁ ନୁହଁ ଆଜ୍ଞା ବିଦେଶରୁ ମଧ୍ୟ ଭକ୍ତ , ସାଧୁ ମହାକୁମ୍ଭକୁ ଆସିଛନ୍ତି ଏବଂ ତମ୍ବୁ ଟାଣି ଶିବିରରେ ରହୁଛନ୍ତି । ବସୁଧୈବ କୁଟୁମ୍ବକମ୍‌ କୁ ଦେଶର ସାର କରିଥିବା ଭାରତ ଭୂମି ବିଦେଶୀ ଭକ୍ତଙ୍କୁ ଏକ ନିଆରା ଅନୁଭୂତିର ସାକ୍ଷୀ ଦେଉଛି । ବିଦେଶୀ ଭକ୍ତ ମହାକୁମ୍ଭର ଏ ଅନୁଭୂତିକୁ ବାଖ୍ୟା କରିବାକୁ ଶବ୍ଦ ପାଉନାହାନ୍ତି । ସେମାନଙ୍କ ଆଖିର ଲୋତକ ହିଁ କହୁଛି ଆଧ୍ୟାତ୍ମିକ ମାର୍ଗ ତାଙ୍କ ଜୀବନକୁ କେମିତି ପରିବର୍ତ୍ତନ କରିଛି । ଏହି ସାଧୁଙ୍କ ମଧ୍ୟରେ ରହିଛନ୍ତି ବିଦେଶରୁ ଆସିଥିବା ଜଣେ ବାବା ଆତ୍ମ ପ୍ରେମ ଗିରି ମହାରାଜ । 

ଲମ୍ବା-ବଳିଷ୍ଠ ଶରୀର , ଶକ୍ତିଶାଳୀ ବାହୁ , ମୁଖର ତେଜ ପାଇଁ ଏ ସାଧୁଜଣକ ‘ମସ୍କୁଲାର୍ ବାବା’ ନାମରେ ମଧ୍ୟ ପ୍ରସିଦ୍ଧ ହୋଇଛନ୍ତି । ଗେରୁଆ ବସ୍ତ୍ରଧାରଣ କରିଥିବା ଏହି ବାବାଙ୍କ ଶରୀରର ଲମ୍ବ ୭ ଫୁଟ୍ । ଗଳାରେ ଋଦ୍ରାକ୍ଷର ମାଳ , ମୁଖମଣ୍ଡଳରେ ଚନ୍ଦ୍ରମା ପରି ତେଜ । ବାବାଙ୍କ ରୂପ ହିଁ କିଛି ଏମିତି ଯେ ଯିଏ ବି ଦେଖୁଛନ୍ତି କହୁଛନ୍ତି ସେ ତ୍ରେତୟା ଯୁଗର ଭଗବାନ ପର୍ଶୁରାମଙ୍କ ଆଧୁନିକ ରୂପର ପ୍ରତିଛବି । ଋଷରୁ ଆସିଥିବା ପ୍ରେମ ଗିରି ମହାରାଜ ୩୦ ବର୍ଷ ତଳେ ସନାତନ ଧର୍ମକୁ ଆପଣାଇଥିଲେ ।

gfhdgrfesfdx

ଏହା ପରଠାରୁ ସେ ସନାତନ ଧର୍ମର ପ୍ରଚାର ଏବଂ ପ୍ରସାର ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । ଶିକ୍ଷକତା କ୍ୟାରିୟରକୁ ଛାଡ଼ି ସେ ଆଧ୍ୟାତ୍ମିକ ମାର୍ଗର ପଥିକ ସାଜିଲେ । ବର୍ତ୍ତମାନ ସେ ନେପାଳରେ ରହୁଛନ୍ତି ଏବଂ ହିନ୍ଦୁ ଧର୍ମର ପ୍ରଚାର କରୁଛନ୍ତି । ହିନ୍ଦୁ ସନ୍ଥଙ୍କ ପ୍ରମୁଖ ସଂଗଠନ ଜୁନା ଆଖଡାର ସଦସ୍ୟ ଅଛନ୍ତି ମସ୍କୁଲାର୍ ବାବା । ମହାକୁମ୍ଭକୁ ଆସୁଥିବା ଅନେକ ଭକ୍ତ ବାବାଙ୍କୁ ଦେଖିବା ପାଇଁ ତାଙ୍କ ଶିବିରକୁ ଆସୁଛନ୍ତି ଏବଂ ଆଶିର୍ବାଦ ମଧ୍ୟ ନେଇ ଯାଉଛନ୍ତି । 

dgererw