କନକ ବ୍ୟୁରୋ; ପଶ୍ଚିମବଙ୍ଗ ମୁର୍ଶିଦାବାଦ ଭିଡ଼ ହିଂସା ମାମଲାର ଓଡ଼ିଶା ଲିଙ୍କ୍ । ଝାରାସୁଗୁଡ଼ାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଏଫ୍ । ମୁର୍ଶିଦାବାଦରେ ପାବ ପୁଅ ହରଗୋବିନ୍ଦ ଦାସ ଓ ପୁଅ ଚନ୍ଦନ ଦାସଙ୍କ ହତ୍ୟା ମାମଲାରେ ୨ ଜଣ ସଂପୃକ୍ତ ଥିବା ଜଣାପଡିଛି । ପ୍ରେସମିଟରେ ଏହି ସୂଚନା ଦେଇ ଉତ୍ତରାଞ୍ଚଳ ଆଇଜି କହିଛନ୍ତି ଓଡ଼ିଶାରେ ବାହାର ରାଜ୍ୟର ଅପରାଧୀଙ୍କୁ ଆତ୍ମଗୋପନର ସୁଯୋଗ ଦିଆଯିବ ନାହିଁ । ଅପରାଧୀ ଓ ଅପରାଧୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବନହରପାଲି ଥାନା ବନ୍ଧବାହାଲ ଅଞ୍ଚଳରୁ ମୁର୍ଶିଦାବାଦ ମବ ଲିଚିଂ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଜିଆଉଲ୍ ଶେଖଙ୍କ ଦୁଇ ପୁଅ ବାନି ଇସ୍ରାଇଲ ଓ ସୈଫୁଳ ହକଙ୍କୁ ଗିରଫ କରିଛି ପୋଲିସ । ଭିଡ ହିଂସାର ଅନ୍ୟ ୬ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ମୁର୍ଶିଦାବାଦର ଅଭିଯୁକ୍ତ ଆତ୍ମଗୋପନ କରିଥିବା ସୂଚନା ପରେ ପୋଲିସ ଚଢ଼ାଉ କରି ସମସ୍ତଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପୋଲିସ ୪ ରାଉଣ୍ଡ ବ୍ଲାଙ୍କ ଫାୟାର କରିଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ପୋଲିସ ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ପୋଲିସ ମୁଖ୍ୟ ଅଭିଯୁକ୍ତ ଜିଆଉଲ ଶେଖଙ୍କୁ ଗିରଫ କରିବା ପରେ ତାର ଦୁଇ ପୁଅ ଅନ୍ୟ ଅଭିଯୁକ୍ତ ଝାରସୁଗୁଡ଼ା ଚାଲିଆସି ଶ୍ରମିକ ଭାବେ ଆତ୍ମଗୋପନ କରିଥିଲେ ।