କନକ ବ୍ୟୁରୋ : ରାତି ପାହିଲେ ଫୁଟୁଛି ଗୁଳି, ସ୍ପଷ୍ଟ ଦିବାଲୋକରେ ହେଉଛି ହତ୍ୟା । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ନା ଆଇନବ୍ୟବସ୍ଥାକୁ ଖାତିର କରୁଛନ୍ତି ନା ପୋଲିସକୁ ରହିଛି ଭୟ । ଓଡ଼ିଶାରେ ଅପରାଧ ବଢି ବଢି ଚାଲିଥିବା ବେଳେ ପୋଲିସ ଯେପରି ହାତବାନ୍ଧି ବସିଛି । ଯାଜପୁରରେ ଲୁଟ୍ ସହ ଗୁଳିକାଣ୍ଡ, ସମ୍ବଲପୁରରେ ବିଜେପି ନେତାଙ୍କୁ ହତ୍ୟା, ରାଜଧାନୀରେ ବଡି ଭୋରରୁ ବିଭତ୍ସ ହତ୍ୟାକାଣ୍ଡ ସୂଚାଉଛି, ଅପରାଧ ନିୟନ୍ତ୍ରଣରେ ପୋଲିସ ଫେଲ ମାରିଛି । ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପୋଲିସ ଚୁପ୍ ବସିଛି। ସବୁଠି ଖେଳିଗଲାଣି ଭୟର ବାତାବରଣ । ନିଜ ସୁରକ୍ଷାକୁ ନେଇ ପୋଲିସ ଉପରେ ଆଉ ଭରସା କରିପାରୁନାହାନ୍ତି ସାଧାରଣ ଲୋକ,କିନ୍ତୁ ପ୍ରଶ୍ନ ଉଠୁଛି, ଅପରାଧୀଙ୍କୁ ସାବାଡ କରିବାରେ ପୋଲିସ କାହିଁକି ଫେଲ ମାରିଛି ? ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ କାହିଁକି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ?
- ରାଜ୍ୟରେ ବଢି ବଢି ଚାଲିଛି ଅପରାଧ ।
- ହତ୍ୟା, ଚୋରି, ଲୁଟ ଭଳି ଘଟଣା ନିତିଦିନିଆ ପାଲଟିଗଲାଣି ।
- ରାଜ୍ୟର ବଡ ବଡ ସହରରୁ ଆସୁଛି ବଡ ବଡ ଅପରାଧ ଘଟଣା ।
- ବେଫିକର ହୋଇ ବୁଲୁଛନ୍ତି ଅପରାଧୀ ।
- ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନାଲିଆଖି ଦେଖାଉଛନ୍ତି ଅପରାଧୀ ।
- ଦିନ ଦ୍ବିପ୍ରହରରେ ଅପରାଧ ଘଟାଇବା ସହ ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ ।
- ଅନେକ ଘଟଣାରେ ପୋଲିସ ହାତ ଏବେ ବି ଖାଲି ।
- ପ୍ରଶ୍ନ, ଅଭିଯୁକ୍ତଙ୍କୁ ଧରିବାରେ କାହିଁକି ବିଫଳ ହେଉଛି ପୋଲିସ ?
- ରାଜ୍ୟରେ ଅପରାଧ ବୃଦ୍ଧି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି ।
- ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ।
- ଅପରାଧୀଙ୍କୁ ସାବାଡ କରିବାକୁ ପୋଲିସକୁ ବଦଳାଇବାକୁ ପଡିବ କି ତରିକା ?
- ଆଇନ ବ୍ୟବସ୍ଥାକୁ କାହିଁକି ଭୟ କରୁନାହାନ୍ତି ଅପରାଧୀ ?