ରାଜଧାନୀରେ ଯୁବତୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ତଣ୍ଟିଚିପି ପ୍ରେମିକାକୁ କରିଥିଲା ହତ୍ୟା, ସାଙ୍ଗକୁ ଫସାଇ ବର୍ତ୍ତିବା ପାଇଁ କରିଥିଲା ଷଡ଼ଯନ୍ତ୍ର

Advertisment

ରାଜଧାନୀରେ ଯୁବତୀଙ୍କୁ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ । ଯୋଜନାବଦ୍ଧ ଭାବେ ଯୁବତୀଙ୍କୁ ହତ୍ୟା କରିବା ପରେ ଖସିଯିବା ପାଇଁ ଆଉ ଜଣଙ୍କୁ ମୋହରା କରିଥିଲା ଅଭିଯୁକ୍ତ । ତଦନ୍ତ ପରେ ସାମ୍ନାକୁ ଆସିଲା ସତ । ମୃତ ଯୁବତୀ ସ୍ନେହା ବେହେରା ହୋଇଥିବା ଜଣାପଡ଼ିଛି ।

ରାଜଧାନୀରେ ଯୁବତୀଙ୍କୁ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ । ଯୋଜନାବଦ୍ଧ ଭାବେ ଯୁବତୀଙ୍କୁ ହତ୍ୟା କରିବା ପରେ ଖସିଯିବା ପାଇଁ ଆଉ ଜଣଙ୍କୁ ମୋହରା କରିଥିଲା ଅଭିଯୁକ୍ତ । ତଦନ୍ତ ପରେ ସାମ୍ନାକୁ ଆସିଲା ସତ । ମୃତ ଯୁବତୀ ସ୍ନେହା ବେହେରା ହୋଇଥିବା ଜଣାପଡ଼ିଛି ।

MMMM

Photograph: (KANAK NEWS)

କନକ ବ୍ୟୁରୋ: ରାଜଧାନୀରେ ଯୁବତୀଙ୍କୁ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ । ଯୋଜନାବଦ୍ଧ ଭାବେ ଯୁବତୀଙ୍କୁ ହତ୍ୟା କରିବା ପରେ ଖସିଯିବା ପାଇଁ ଆଉ ଜଣଙ୍କୁ ମୋହରା କରିଥିଲା ଅଭିଯୁକ୍ତ । ତଦନ୍ତ ପରେ ସାମ୍ନାକୁ ଆସିଲା ସତ । ମୃତ ଯୁବତୀ ସ୍ନେହା ବେହେରା ହୋଇଥିବା ଜଣାପଡ଼ିଛି । ସ୍ନେହା ନିଖୋଜ ନେଇ ଜାନୁଆରୀ ୧୦ ତାରିଖରେ ପରିବାରେ ପକ୍ଷରୁ ଏତଲା ହୋଇଥିଲା । ଏହାପରେ ୨୮ ତାରିଖରେ ମିଳିଥିଲା ଯୁବତୀଙ୍କ ମୃତଦେହ । ପୋଲିସ ପରିବାରକୁ ଖବର ଦେଇଥିଲେ ବି ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା । ତେବେ ପୋଲିସ ତଦନ୍ତରୁ ବର୍ତ୍ତବା ପାଇଁ ଅଭିଯୁକ୍ତ ମୃତଦେହ ନିକଟରେ ଆଉ ଜଣେ ବ୍ୟକ୍ତିଙ୍କ ଆଧାରକାର୍ଡ ପକାଇବା ସହ ସୁଇସାଇଡ ନୋଟ୍ ପକାଇଥିଲା । ତଦନ୍ତ ପରେ ପୂରା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଯୁବତୀଙ୍କ ମୋବାଇଲରୁ ପୋଲିସକୁ ମିଳିଥିଲା ସୁରାକ୍‌ । ଏହାପରେ ଅଭିଯୁକ୍ତ ମିଟୁ ଓରଫ ଚନ୍ଦନ ପରିଡ଼ାକୁ ଗିରଫ କରିଛି ପୋଲିସ । ଯୁବତୀଙ୍କ ତଣ୍ଟିଚିପି ହତ୍ୟା କରାଯାଥିବା ଜଣାପଡ଼ିଛି। ମିଟୁ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ବେଳେ ହତ୍ୟାକାଣ୍ଡ ପରେ ଚାକିରି ଛାଡ଼ି ଫେରାର ହୋଇଯାଇଥିଲା । ଅଭିଯୁକ୍ତକୁ ଧରିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe