ଭଙ୍ଗା ୱାସିଂମେସିନ୍‌ ପାଇଁ ହତ୍ୟା! ଆମେରିକାରେ ଭାରତୀୟ ବଂଶୋଭବଙ୍କୁ ମୁଣ୍ଡ କାଟି ହତ୍ୟା

ଆମେରିକାର ଡାଲାସ୍‌ ମୋଟେଲରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ତ । ମୃତକ ହେଲେ ୫୦ ବର୍ଷୀୟ ଚନ୍ଦ୍ରମୌଲି ନାଗାମଲ୍ଲ୍ୟା । ଗତକାଲି ସକାଳେ ସାମୁଏଲ୍ ବୁଲେଭାର୍ଡରେ ଥିବା ଡାଉନଟାଉନ୍ ସୁଟ୍ସ ମୋଟେଲରେ ହତ୍ୟାକାଣ୍ଡ ଘଟିଛି ।

am

Photograph: (social media)

କନକ ବ୍ୟୁରୋ: ୱାସିଂମେସିନ୍‌ ବ୍ୟବହାରକୁ ନେଇ ଆମେରିକାରେ ଭାରତୀୟ ବଂଶୋଭବଙ୍କୁ ହତ୍ୟା । ସ୍ତ୍ରୀ ଓ ପୁଅ ସାମ୍ନାରେ ମୁଣ୍ତ କାଟି ହତ୍ୟା କରାଯାଇଥିବା ସୂଚନା । ଆମେରିକାର ଡାଲାସ୍‌ ମୋଟେଲରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ତ । ମୃତକ ହେଲେ ୫୦ ବର୍ଷୀୟ ଚନ୍ଦ୍ରମୌଲି ନାଗାମଲ୍ଲ୍ୟା । ଗତକାଲି ସକାଳେ ସାମୁଏଲ୍ ବୁଲେଭାର୍ଡରେ ଥିବା ଡାଉନଟାଉନ୍ ସୁଟ୍ସ ମୋଟେଲରେ ହତ୍ୟାକାଣ୍ଡ ଘଟିଛି । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଜଣକ ୩୭ ବର୍ଷୀୟ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ ବୋଲି ଜଣାପଡ଼ିଛି । ଏକ ଭଙ୍ଗା ୱାସିଂମେସିନ ବ୍ୟବହାରକୁ ନେଇ ଏହି ହତ୍ୟା ହୋଇଛି । ଘଟଣା ଅନୁସାରେ, ଚନ୍ଦ୍ରମୌଲି ନିଜର ସହଯୋଗୀଙ୍କୁ ଏହି ୱାସିଂମେସିନ ବ୍ୟବହାର ନକରିବାକୁ କହିଥିଲେ । ଏହି କାରଣରୁ ଅଭିଯୁକ୍ତ ଜଣକ ବିରକ୍ତ ହୋଇଯାଇଥିଲେ । ପରେ ସେ ଭାରତୀୟ ବଂଶୋଭବଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଥିଲେ । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ଜଣକ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe