ସମ୍ବଲପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସରଙ୍କ ହତ୍ୟା ଘଟଣା : ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ତ

ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲା । ହତ୍ୟାକାରୀ ପ୍ରବୀଣ କୁମାର ଧୁରୁଆକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ପ୍ରଫେସର ଧ୍ରୁବରାଜ ନାୟକଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ଅଭିଯୁକ୍ତ

hatyakari

hatyakari Photograph: (KanakNews )

କନକବ୍ୟୁରୋ : ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲା । ହତ୍ୟାକାରୀ ପ୍ରବୀଣ କୁମାର ଧୁରୁଆକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ପ୍ରଫେସର ଧ୍ରୁବରାଜ ନାୟକଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ଅଭିଯୁକ୍ତ  ।  ମଦ ପିଇ ପ୍ରଫେସରଙ୍କୁ ୧୦୦ ଟଙ୍କା ମାଗିଥିଲା । ଟଙ୍କା ନଦେବାରୁ କଟୁରୀରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲା  ।

ଏହି ମାମଲାରେ ହତ୍ୟାକାରୀ ପ୍ରବୀଣ କୁମାର ଧୁରୁଆକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ସେପଟେ ରାଜଧାନୀରେ ହତ୍ୟାକାଣ୍ଡ ମାମଲାର ଶୁଣାଣି ହୋଇଛି   ।   ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ନିକଟରେ ରାହାସ ବେହେରାଙ୍କୁ ହତ୍ୟା ମାମଲାରେ ସନାତନ ମୁଣ୍ଡାକୁ ୧୦ ବର୍ଷ ଜେଲ ଦଣ୍ଡ  । ରାୟ ଶୁଣାଇଲେ ଅତିରିକ୍ତ ଦ୍ଵିତୀୟ ଜିଲ୍ଲା ଓ ଦୌରାଜଜ   ।   ୨୦୧୦ ମସିହା ଜୁନ ୧୧ ତାରିଖରେ କାଠ ଫାଳିଆରେ ପିଟି ପିଟି ରାହାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଦଫା ୩୦୨ରେ ମାମଲା ରୁଜୁ କରିଥିଲା ପୁଲିସ I ୧୨ ଜଣ ସାକ୍ଷୀ ଏବଂ ୧୪ଟି ବଳିଷ୍ଠ ପ୍ରମାଣ ଆଧାରରେ ସନାତନ ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ କୋର୍ଟ  I 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe