କନକବ୍ୟୁରୋ : ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ରମ୍ଭା ରେଲୱେ ଷ୍ଟେସନ ନିକଟରେ ଥିବା ରେଲୱେ ଫାଟକ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣକ କନକା ପଂଚାୟତର ବାହାଡାପଲ୍ଲୀ ଗ୍ରାମର ମନୁ ପ୍ରଧାନ । ତାଙ୍କୁ ଗୁରତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖଲିକୋଟ ମେଡିକାଲ, ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କଲାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ରେଲୱେ ଫାଟକ ନିକଟରେ ଦୁର୍ବୁତ୍ତମାନେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ରମ୍ଭା ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ ଭିନ କରୁଛି। ସେପଟେ ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୁତ୍ୟୁକୁ ନେଇ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ମୃତ ମହିଳାଙ୍କ ଶବକୁ ରଖି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଜରୁରୀ କାଳୀନ ଡାକ୍ତରଙ୍କ ସେବା କକ୍ଷ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପର୍କୀୟ ଓ ଗ୍ରାମବାସୀ । ଉତ୍ତେଜନା ବଢିବାରୁ ଉପଖଣ୍ଡ ଚିକିତ୍ସାଳୟ ଠାରେ ପୋଲିସ ମୃତୟନ ।
ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କୋଦଭଟ୍ଟା ଗ୍ରାମର ପ୍ରତିମା ମିର୍ଧା ଶନିବାର ଅପରାହ୍ନରେ ନିଜ ଘର ପାଖ ନଡା ଗଦାରୁ ନଡା କାଢ଼ୁଥିଲା ବେଳେ ବିଷାକ୍ତ ସାପ ତାଙ୍କ ମୁଣ୍ଡରେ କାମୁଡି ଥିଲା । ପରିବାର ଲୋକ ତୁରନ୍ତ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ନବରଙ୍ଗପୁର ରେଫେର କରିଥିଲେ। କିନ୍ତୁ ଅଧା ରାସ୍ତାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।
ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ମହିଳାଙ୍କୁ ଚିକିତ୍ସାଳୟକୁ ଆଣାଯାଇଥିଲା, ସେହି ସମୟରେ କାର୍ଯ୍ୟରେ ଥିବା ଚିକିତ୍ସକ ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ କରିଥିଲେ ଏବଂ ଅଳ୍ପ ଚିକିତ୍ସା କରି ମହିଳାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ନବରଙ୍ଗପୁର ରେଫେର କରିଦେଇଥିଲେ । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।