କନକ ବ୍ୟୁରୋ : ଭୁବନେଶ୍ବର ସହିଦ୍ ନଗର ଶାନ୍ତିପଲ୍ଲୀ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍। ଗତକାଲି ହତ୍ୟାକାଣ୍ଡ ପରେ ଆଜି ସାଇଣ୍ଟିଫିକ୍ ଟିମ୍ ଶାନ୍ତିପଲ୍ଲୀ ବସ୍ତିକୁ ଯାଇ ଖୋଳତାଡ଼ ଆରମ୍ଭ କରିଛି ।
ଗତକାଲି ହୋଲି ଖେଳବା ବେଳେ ଶାନ୍ତିପଲ୍ଲୀ ବସ୍ତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଗୋପୀ ଗୁଣି ନାମକ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା । ୪ ଜଣ ଯୁବକ ଗୋପିଙ୍କୁ ଛୁରି ଭୁସି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।