କନକ ବ୍ୟୁରୋ : ପୁରୀରେ ହତ୍ୟାକାଣ୍ଡ । ପଥର ଛେଚି, ଛେଚି ନିର୍ମମ ଭାବେ ହତ୍ୟା । ମୃତକ ଜଣଙ୍କ ଖଣ୍ଡିଆବନ୍ଧ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତାଙ୍କ ବୟସ ୫୫ରୁ ୬୦ ଭିତରେ ହୋଇଥିବା ଅନୁମାନ କରାଯାଉଛି । ଶ୍ରୀସେତୁ ନିକଟରେ ଗତକାଲି ରାତିରେ ହତ୍ୟା କରାଯାଇଥିବା ଜଣାପଡିଛି । ପୁରୀ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୋଲିସ ।
ପୁରୀରେ ହତ୍ୟାକାଣ୍ଡ । ପଥର ଛେଚି, ଛେଚି ନିର୍ମମ ଭାବେ ହତ୍ୟା
ପୁରୀରେ ହତ୍ୟାକାଣ୍ଡ । ପଥର ଛେଚି, ଛେଚି ନିର୍ମମ ଭାବେ ହତ୍ୟା ।
/kanak/media/media_files/2024/12/04/XgY92cpGU32dpRYkb1a9.jpg)