ଗୁଣି ସନ୍ଦେହରେ ହତ୍ୟା ଘଟଣା: ମାଟି ଖୋଳି ମୃତଶରୀର ବାହାର କଲା ପୁଲିସ

ଗଜପତି କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ଘଟଣାରେ ପୁଲିସ ୮ ଜଣ କୁ ଅଟକ ରଖି ପଚରାଉଚରା କରୁଛି। ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

7

Photograph: (kanak news)

କନକ ବ୍ୟୁରୋ: ଗୁଣି ସନ୍ଦେହରେ ହତ୍ୟା ଘଟଣା। ମାଟି ତଳୁ ଖୋଳି ମୃତଶରୀର ବାହାର କରିଛି ପୁଲିସ। ମୋହନା ପୋଲିସ ଅଟକ ଯୁବକଙ୍କୁ ସାଙ୍ଗରେ ପୋତା ଯାଇଥିବା ଜାଗାରେ ପହଞ୍ଚି ଶବ ଉଦ୍ଧାର କରିଛି। ସାଇଣ୍ଟିଫିକ ଟିମ ଓ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇଛି।। ଗଜପତି କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ଘଟଣାରେ ପୁଲିସ ୮ ଜଣ କୁ ଅଟକ ରଖି ପଚରାଉଚରା କରୁଛି। ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କରୁଣାକର କୁସୁମପୁର ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ। ସେହି ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁ ହୋଇଥିଲା। ଏଥିପାଇଁ ଗାଁ ଲୋକ କରୁଣାକର ଗୁଣି କରି ମାରିଦେଇଥିବା ସନ୍ଦେହ କରୁଥିଲେ। ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ ଗାଁର କିଛି ଯୁବକ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକରଙ୍କୁ ତିନିଦିନ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ପରିବାର ଲୋକ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe