ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ବିଲ୍‌ଡରଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

Advertisment

ଜମିଜମା ବିବାଦକୁ ନେଇ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଧରିବାକୁ କମିସନରେଟ ପୋଲିସ୍‌ର ତନାଘନା ।

Updated On

ଜମିଜମା ବିବାଦକୁ ନେଇ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଧରିବାକୁ କମିସନରେଟ ପୋଲିସ୍‌ର ତନାଘନା ।

ଅଦ୍ୟତନ ହୋଇଛି
rewrewtw

crime Photograph: (KanakNews )

କନକ ବ୍ୟୁରୋ;  ରାଜଧାନୀରେ ବିଲ୍‌ଡରଙ୍କୁ ବିଭତ୍ସ ହତ୍ୟା । ପିଟି ପିଟି ନିର୍ମମ ଭାବେ ଜଣେ ବିଲ୍‌ଡରଙ୍କୁ ହତ୍ୟା କରିଛନ୍ତି ଆକ୍ରମଣକାରୀ । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକ ହେଲେ ସସ୍ମିତ ବିଶ୍ୱାଳ । ତାଙ୍କ ଘର ଏଆରପୋର୍ଟ ଥାନା ଅନ୍ତର୍ଗତ ଭୀମପୁର ଅଂଚଳରେ । ଅଭିଯୋଗ ଅନୁସାରେ ଜମିବାଡ଼ି ବିବାଦକୁ ନେଇ କିଛି ଲୋକଙ୍କ ସହ ସସ୍ମିତଙ୍କ ଗଣ୍ଡଗୋଳ ଲାଗି ରହିଥିଲା । ଆଜି ମଧ୍ୟ ଗଣ୍ଡଗୋଳ ହୋଇଥିଲା, ଖବର ପାଇ ପୋଲିସ ପହଂଚି ସମାଧାନ କରି ଫେରିଥିଲା ।

କିନ୍ତୁ ସସ୍ମିତ ସେହି ସ୍ଥାନରେ ଉପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ ପୁଣି ଥରେ  ଆକ୍ରମଣକାରୀଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଏହାକୁ ନେଇ ଆକ୍ରମଣକାରୀମାନେ ତାଙ୍କୁ ଆକ୍ରମଣ କରି ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଘଟଣା ସ୍ଥଳରେ ଏୟାରଫିଲ୍‌ଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe