କନକ ବ୍ୟୁରୋ: ମୃତଦେହ ଛାଡି ପଳାଇଲା ସ୍ବାମୀ । ଏପରି ଏକ ଅଭାବନୀୟ ଖବର ଆସିଛି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ । ମୃତକ ହେଉଛନ୍ତି ନନ୍ଦିତା ବେହେରା । ସ୍ତ୍ରୀର ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ଗୁପ୍ତେଶ୍ବର ବେହେରା ମୃତଦେହକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଆଉ ସେଠାରେ ମୃତଦେହକୁ ଛାଡି ପଳାଇଥିବା ଅଭିଯୋଗ ହୋଇଛି ।
ଗତରାତିରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/02/g1LkVaci3sZGzJtZKpiR.jpg)