କନକ ବ୍ୟୁରୋ: ଗୋଟିଏ ମଞ୍ଚରେ ନେତା ଓ ହତ୍ୟା ଅଭିଯୁକ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ବିଜେଡି ବିଧାୟକ ବଦ୍ରୀ ପାତ୍ରଙ୍କ ସହ ମଞ୍ଚରେ ଥିବା ବ୍ୟକ୍ତି ହେଉଛନ୍ତି କେନ୍ଦୁଝରର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ସାହୁ । ମଞ୍ଚରେ ଅଛନ୍ତି ଘଷିପୁରା ବିଧାୟକ ବଦ୍ରି ପାତ୍ର, ଆନନ୍ଦପୁରର ବିଧାୟକ ଅଭିମନ୍ୟୁ ସେଠୀ ଓ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା । କିଛି ଦିନ ତଳେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିବା ଅଭିଯୁକ୍ତ ଜିଲ୍ଲାର ଦୁଇ ଦୁଇ ଜଣ ବିଧାୟକଙ୍କ ସହ ନଜର ଆସିବା ପରେ ଚର୍ଚ୍ଚା ବଢୁଛି  । କେନ୍ଦୁଝର ଜିଲ୍ଲା ବଡ଼ପଦନା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏହି ଫଟୋ ଏବେ ସୋସିଆଲି ମିଡିଆରେ ଭାଇରାଲ ହେଉଛି ।  

Advertisment

ଲୋକଙ୍କୁ ନିଜ ପତିଆରା ଦେଖାଇବାକୁ ହତ୍ୟା ଅଭିଯୁକ୍ତ, କେତେବେଳେ ମଞ୍ଚାସୀନ ବିଧାୟକଙ୍କ ପାଖକୁ ଯାଇ କଥା ହେଉଛି । ତ ଆଉ କେତେବେଳେ ବିଧାକଙ୍କୁ ବାଟ କଢ଼ାଇ ନେଉଛି । ପୁଣି କେତେବେଳେ ବିଧାୟକଙ୍କ ପଛରେ ରହି ଲୋକଙ୍କ ଭିଡକୁ ଆକଟ କରୁଛି । ଏଠି ପ୍ରଶ୍ନ ଉଠୁଛି, ଜଣେ ହତ୍ୟା ଅଭିଯୁକ୍ତ ସହ କିଭଳି ଗୋଟିଏ ମଞ୍ଚରେ ରହିଲେ ବିଜେଡିର ଦୁଇ ବିଧାୟକ? ଛଅ ଛଅ ଥରର ବିଧାୟକ ବଦ୍ରି ପାତ୍ର କେମିତି ହତ୍ୟା ଅଭିଯୁକ୍ତକୁ ଜାଣିପାରିଲେନି ? କିଭଳି ହତ୍ୟା ଅଭିଯୁକ୍ତ ସହ ଗୋଟିଏ ମଞ୍ଚରେ ବସିଲେ? ତାକୁ ନେଇ ଚର୍ଚ୍ଚା ବଢୁଛି ।