କନକବ୍ୟୁରୋ : ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବଡ ବୟାନ। ସରକାରକୁ ବିଜେଡ଼ି ଆସିବା ଲାଗି ପାଞ୍ଚ ବର୍ଷ ଯାଏ ଅପେକ୍ଷା କରିବାକୁ ନପଡିପାରେ । ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ । ଅଧିକାଂଶ ତାଙ୍କ ଲୋକ ସେଠି ଅଛନ୍ତି । 

Advertisment

ସମୟକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। ଏହା ସହ ସେ କହିଛନ୍ତି, ବିଜେପି ବିଧାୟକ ବିଜେଡି ଲିଙ୍କରେ ଥିବା ପୂର୍ବରୁ ଏକ ସଭାରେ କହିଥିଲେ । ମିଡିଆ ସାମ୍ନାରେ କିଛି କହିନାହାନ୍ତି, ଯାହା କହିଛନ୍ତି କର୍ମୀଙ୍କୁ କହିଛନ୍ତି। ସରକାରକୁ ନେଇ ସବୁଠି ଅସନ୍ତୋଷ ରହିଛି । 

ଜୟନାରାୟଣ ମିଶ୍ର ତାଙ୍କ ବଡ ଭାଇ। ସାନ ଭାଇ ହିସାବରେ ପରାମର୍ଶ ଦେଇ କହିଛନ୍ତି, ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ। ସେ କାହିଁ ଦଳ ବିଷୟରେ ଚିନ୍ତା କରୁଛନ୍ତି। ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି। ଦଳ ବିଷୟରେ ଚିନ୍ତା କରି ନିଜ ବିପି ବଢାନ୍ତୁନି ବୋଲି କହିଛନ୍ତି ମୁନ୍ନା ଖାଁ।