କନକ ବ୍ୟୁରୋ : ଆଇପିଏରେ ପଏଣ୍ଟ ଖାତା ଖୋଲିଛି ମୁମ୍ବାଇ ଇଣ୍ଡିଆନ୍ସ । ଡେବ୍ୟୁ ମ୍ୟାଚରେ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଏବଂ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି । ପଦାର୍ପଣ ମ୍ୟାଚରେ ପ୍ରଥମ ଭାରତୀୟ ଭାବେ ଅଶ୍ୱନୀ ୪ ୱିକେଟ ନେଇଛନ୍ତି । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କୋଲକାତା ୧୬.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୨୬, ରମନଦୀପ ସିଂ ୨୨, ମନୀଷ ପାଣ୍ଡେ ୧୯, ରିଙ୍କୁ ସିଂ ୧୭, ଅଧିନାୟକ ଅଜିଙ୍କ୍ୟ ରାହାନେ ୧୧ ରନ କରିଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ ।
ମୁମ୍ବାଇ ପକ୍ଷରୁ ପଦାର୍ପଣକାରୀ ଅଶ୍ୱନୀ କୁମାର ସର୍ବାଧିକ ୪ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ, ବିଘ୍ନେଶ ପୁଥୁର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ମୁମ୍ବାଇ ମାତ୍ର ୧୨.୫ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରୋହିତ ଶର୍ମା ୧୩ ଓ ଓ୍ବିଲ ଜ୍ୟାକ୍ସ ୧୬ ରନ କରି ଆଉଟ ହୋଇଥିଲେ। ରିକଲଟନ ୪୧ ବଲରେ ୪ ଚୌକା ଓ ୫ ଛକା ସହିତ ୬୨ ରନ ଓ ସୂର୍ଯ୍ୟକୁମାର ୯ ବଲରେ ୩ ଚୌକା ଓ ୨ ଛକା ସହିତ ୨୭ ରନ କରି ମ୍ୟାଚ ଫିନିଶ କରିଥିଲେ। କେକେଆର ପକ୍ଷରୁ ରସେଲ ୨ ୱିକେଟ ନେଇଥିଲେ ।
ଆଇପିଏଲରେ ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ : ୮ ୱିକେଟରେ କେକେଆରକୁ ହରାଇଲା
ଆଇପିଏରେ ପଏଣ୍ଟ ଖାତା ଖୋଲିଛି ମୁମ୍ବାଇ ଇଣ୍ଡିଆନ୍ସ । ଡେବ୍ୟୁ ମ୍ୟାଚରେ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଏବଂ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି ।
/kanak/media/media_files/2025/04/01/iQtKD3WVaNTGW5XaQJ6Y.jpg)