କନକ ବ୍ୟୁରୋ: କାଲି ଖେଳାଯାଇଥିବା ହାଇ-ଭୋଲଟେଜ୍ ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ବିପକ୍ଷରେ ବିଜୟ ଲାଭ କରି କ୍ବାଲିଫାୟାର ୨କୁ ଉନ୍ନୀତ ହୋଇଛି । ୨୨୯ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ଗୁଜରାଟ ପାଖରେ । ପ୍ରଥମ ଓଭର୍ରୁ ଦଳ ହରାଇଥିଲା ଅଧିନାୟକଙ୍କ ୱିକେଟ୍ ହେଲେ ମ୍ୟାଚ୍ରେ ପଛରେ ପଡ଼ିନଥିଲା ଗୁଜରାଟ, ସଂଘର୍ଷ ଜାରି ରଖିଥିଲା। ଏମିତିକି ମୁମ୍ବାଇର ଅଭିଜ୍ଞ ବୋଲରମାନଙ୍କୁ ଚିନ୍ତାରେ ପକାଇଥିଲେ ଯୁବ ବ୍ୟାଟର ସାଇ ସୁଦର୍ଶନ । ସୁଦର୍ଶନଙ୍କ ଚକ୍ରବ୍ୟୁହକୁ ଭେଦ କରିପାରିନଥିଲେ ଏମ୍ଆଇ ବୋଲର । ୪୯ଟି ବଲ୍ରେ ୮୦ରନ୍ର ମୂଲ୍ୟବାନ ଇନିଂସ ଖେଳି ସାଇ ଏମ୍ଆଇର ଡଗ୍ଆଉଟ୍ରେ ହଲଚଲ କରିଦେଇଥିଲେ । ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଦନେ, ଲସିଥ୍ ମାଲିଙ୍ଗା, କିରନ ପୋଲାର୍ଡ, ପାରସ ମାହାବ୍ରେଙ୍କ ଭଳି ବଡ଼ ଖେଳାଳି ତାଙ୍କ ସିଟ୍ରୁ ଉଠି ବାଉଣ୍ଡ୍ରି ଲାଇନ୍ ପାଖକୁ ଆସିବାକୁ ବାଧ୍ୟ ହୋଇଥିଲେ । କର ବା ମର ମ୍ୟାଚ୍ରେ ଏମ୍ଆଇ କୋଚ୍ମାନେ ସାଇଙ୍କ ବ୍ୟାଟିଂ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଖେଳ ଚାଲିଥିବା ବେଳେ ଅଧିନାୟକ ଓ ବୋଲରଙ୍କ ପାଖକୁ ଯାଇ ବୁଝାଉଥିଲେ ଏମ୍ଆଇର ମୁଖ୍ୟ କୋଚ ଓ ସହାୟକ କୋଚ୍ । ମ୍ୟାଚ୍ ସିନା ମୁମ୍ବାଇ ଜିତିଲା ହେଲେ ମନ ଜିଣିଲା ସାଇ ସୁଦର୍ଶନଙ୍କ ପ୍ରଦର୍ଶନ ।
ଜିତିଲା ମୁମ୍ବାଇ, ମନ ଜିଣିଲା ସାଇ ସୁଦର୍ଶନଙ୍କ ପ୍ରଦର୍ଶନ: ୪୯ ବଲ୍ରେ ୮୦ରନର ଇନିଂସ
କାଲି ଖେଳାଯାଇଥିବା ହାଇ-ଭୋଲଟେଜ୍ ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ବିପକ୍ଷରେ ବିଜୟ ଲାଭ କରି କ୍ବାଲିଫାୟାର ୨କୁ ଉନ୍ନୀତ ହୋଇଛି । ୨୨୯ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ଗୁଜରାଟ ପାଖରେ ।
/kanak/media/media_files/2025/05/31/hz88CsvQHpiwSgafTN6R.jpg)