କନକ ବ୍ୟୁରୋ: ୨୬/୧୧ ଆତଙ୍କୀ ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାକୁ ସାମାନ୍ୟ ଆଶ୍ବସ୍ତି । ପରିବାର ସହ ଫୋନରେ କଥା ହେବାକୁ ଅନୁମତି ଦେଲେ ପଟିଆଲା ହାଉସକୋର୍ଟ । ଏଥିସହ କୋର୍ଟ ସୋମବାର ଠାରୁ ୧୦ ଦିନ ମଧ୍ୟରେ ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ନୂତନ ରିପୋର୍ଟ ମଧ୍ୟ ମାଗିଛନ୍ତି । ବିଚାରପତି କହିଛନ୍ତି ଯେ ଏହି ଫୋନ କଥାବାର୍ତ୍ତା ଜେଲ ନିୟମ ଅନୁଯାୟୀ ହେବ । ତିହାଡ଼ ଜେଲ୍ କର୍ତ୍ତୃପକ୍ଷ ଏହା ଉପରେ ନଜର ରଖିବେ । କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ରାଣାକୁ ନିୟମିତ ଫୋନ୍ କଲ୍ କରିବାକୁ ଅନୁମତି ଦିଆଯିବା ଉଚିତ କି ନାହିଁ ସେ ବିଷୟରେ ଜେଲ ପ୍ରଶାସନଙ୍କ ମତ କ’ଣ ଏନେଇ ଉତ୍ତର ଦେବାକୁ କୋର୍ଟ କହିଛନ୍ତି । ନିକଟରେ ଭାରତକୁ ବଡ଼ କୂଟନୀତି ବିଜୟ ମିଳିବା ସହ ଆମେରିକାରୁ ତହବୁରର ପ୍ରତ୍ୟର୍ପଣ କରାଯାଇଥିଲା ।
୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣା, ଏନଆଇଏ ଜେରା ସମୟରେ ନିଜ ଜୀବନ ବିଷୟରେ ଚିନ୍ତା କରିବା ଆରମ୍ଭ କରିଦେଇଥିଲା । ରାଣା ଅଧିକାରୀମାନଙ୍କୁ ତାଙ୍କ ଉପରେ ଲାଗୁ ହୋଇଥିବା ସମସ୍ତ ଧାରା ଏବଂ ଏହି ଧାରାଗୁଡ଼ିକରେ ସର୍ବାଧିକ ଦଣ୍ଡ କ’ଣ ହୋଇପାରେ ବୋଲି ପଚାରିଥିଲା । ଅଧିକାରୀ କହିଥିଲେ, ବିଏନ୍ଏସ୍ ଏବଂ ୟୁଏପିଏ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦେଶ ବିରୁଦ୍ଧରେ ଷଡ଼୍ଯନ୍ତ୍ର ରଚିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/09/X5K0E1JEAOrKD82h38U2.jpg)