ମୁମ୍ବାଇ ପୁଲିସର ହ୍ବାଟସଆପ୍ ନମ୍ବରକୁ ଆସିଲା ଧମକପୂର୍ଣ୍ଣ ମେସେଜ, ୩୪ ସ୍ଥାନରେ ଆରଡିଏକ୍ସ ଲଗାଇ ସହରକୁ ଉଡ଼ାଇ ଦେବାକୁ ଧମକ

Advertisment

ମୁମ୍ବାଇ ପୁଲିସର ହ୍ବାଟସଆପ୍ ନମ୍ବରକୁ ଆସିଲା ଧମକପୂର୍ଣ୍ଣ ମେସେଜ

ମୁମ୍ବାଇ ପୁଲିସର ହ୍ବାଟସଆପ୍ ନମ୍ବରକୁ ଆସିଲା ଧମକପୂର୍ଣ୍ଣ ମେସେଜ

ମୁମ୍ୱାଇ ଉଡ଼ାଇଦେବାକୁ ଧମକ

ମୁମ୍ୱାଇ ଉଡ଼ାଇଦେବାକୁ ଧମକ Photograph: (KanakNews)

କନକ ବ୍ୟୁରୋ ;  ଆତଙ୍କବାଦୀଙ୍କ ଟାର୍ଗେଟରେ ମୁମ୍ବାଇ । ଭାରତରେ ଅନୁପ୍ରବେଶ କରିଛନ୍ତି ୧୪ ପାକିସ୍ତାନୀ ଆତଙ୍କବାଦୀ । ଗଣେଶ ପୂଜା ଭସାଣି ସମୟରେ ବଡ ଆକ୍ରମଣ ପାଇଁ ଧମକ ଦେଇଛି ଲସ୍କର ଏ ଜିହାଦୀ ଆତଙ୍କୀ ସଂଗଠନ ।ବାଣିଜ୍ୟ ନଗରୀର ବିଭିନ୍ନ ସ୍ଥାନରେ ମାନବ ବୋମା ଖଞ୍ଜାଯାଇଥିବା ହ୍ବାଟସ ଅପ ମେସେଜ ଜରିଆରେ ଧମକ ମିଳିଛି । ବିସ୍ଫୋରଣ ପାଇଁ ୪ଶହ କେଜି ଆରଡିଏକ୍ସ ବ୍ୟବହାର କରାଯାଇ ମୁମ୍ବାଇକୁ ଦୋହାଲାଇ ଦିଆଯିବ ବୋଲି କହିଛି ଲସ୍କର ଏ ଜିହାଦୀ

ଆତଙ୍କୀଙ୍କ ଟାର୍ଗେଟରେ ମୁମ୍ବାଇ
ଦେଶରେ ୧୪ ପାକିସ୍ତାନୀ ଆତଙ୍କୀ!
-ମୁମ୍ବାଇ ପୁଲିସକୁ ଧମକପୂର୍ଣ୍ଣ ମେସେଜ ମିଳିଛି
-ଲସ୍କର-ଏ-ଜିହାଦି ଧମକ ଦେଇଥିବା ସୂଚନା
-୩୪ ସ୍ଥାନରେ ବିସ୍ଫୋରଣ କରିବାକୁ ଧମକ
-ଟାର୍ଗେଟରେ ଗଣେଶ ଭସାଣି ଉତ୍ସବ
-ଆରଡିଏକ୍ସ ବିସ୍ଫୋରଣ ପାଇଁ ଧମକ
-ଦେଶରେ ୧୪ ଆତଙ୍କୀଙ୍କ ଅନୁପ୍ରବେଶ!
-ଧମକପୂର୍ଣ୍ଣ ମେସେଜର  ସତ୍ୟତା କେତେ?କେଉଁଠୁ ଆସିଛି?
-କିଏ ପଠାଇଛି ଏନେଇ ତନାଘନା କରୁଛି ପୁଲିସ 
-ସହରରକୁ ପୂରା କଡ଼ା ସୁରକ୍ଷା ଛାଉଣୀରେ ରଖାଯାଇଛି
 -ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଟିମ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡର ଛାନଭିନ 
-ଏବେ ସୁଦ୍ଧା ୯ ଟି ଆତଙ୍କୀ  ଆକ୍ରମଣରେ ଥରିଛି ମୁମ୍ବାଇ 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe