କନକ ବ୍ୟୁରୋ ; ଆତଙ୍କବାଦୀଙ୍କ ଟାର୍ଗେଟରେ ମୁମ୍ବାଇ । ଭାରତରେ ଅନୁପ୍ରବେଶ କରିଛନ୍ତି ୧୪ ପାକିସ୍ତାନୀ ଆତଙ୍କବାଦୀ । ଗଣେଶ ପୂଜା ଭସାଣି ସମୟରେ ବଡ ଆକ୍ରମଣ ପାଇଁ ଧମକ ଦେଇଛି ଲସ୍କର ଏ ଜିହାଦୀ ଆତଙ୍କୀ ସଂଗଠନ ।ବାଣିଜ୍ୟ ନଗରୀର ବିଭିନ୍ନ ସ୍ଥାନରେ ମାନବ ବୋମା ଖଞ୍ଜାଯାଇଥିବା ହ୍ବାଟସ ଅପ ମେସେଜ ଜରିଆରେ ଧମକ ମିଳିଛି । ବିସ୍ଫୋରଣ ପାଇଁ ୪ଶହ କେଜି ଆରଡିଏକ୍ସ ବ୍ୟବହାର କରାଯାଇ ମୁମ୍ବାଇକୁ ଦୋହାଲାଇ ଦିଆଯିବ ବୋଲି କହିଛି ଲସ୍କର ଏ ଜିହାଦୀ
ଆତଙ୍କୀଙ୍କ ଟାର୍ଗେଟରେ ମୁମ୍ବାଇ
ଦେଶରେ ୧୪ ପାକିସ୍ତାନୀ ଆତଙ୍କୀ!
-ମୁମ୍ବାଇ ପୁଲିସକୁ ଧମକପୂର୍ଣ୍ଣ ମେସେଜ ମିଳିଛି
-ଲସ୍କର-ଏ-ଜିହାଦି ଧମକ ଦେଇଥିବା ସୂଚନା
-୩୪ ସ୍ଥାନରେ ବିସ୍ଫୋରଣ କରିବାକୁ ଧମକ
-ଟାର୍ଗେଟରେ ଗଣେଶ ଭସାଣି ଉତ୍ସବ
-ଆରଡିଏକ୍ସ ବିସ୍ଫୋରଣ ପାଇଁ ଧମକ
-ଦେଶରେ ୧୪ ଆତଙ୍କୀଙ୍କ ଅନୁପ୍ରବେଶ!
-ଧମକପୂର୍ଣ୍ଣ ମେସେଜର ସତ୍ୟତା କେତେ?କେଉଁଠୁ ଆସିଛି?
-କିଏ ପଠାଇଛି ଏନେଇ ତନାଘନା କରୁଛି ପୁଲିସ
-ସହରରକୁ ପୂରା କଡ଼ା ସୁରକ୍ଷା ଛାଉଣୀରେ ରଖାଯାଇଛି
-ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଟିମ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡର ଛାନଭିନ
-ଏବେ ସୁଦ୍ଧା ୯ ଟି ଆତଙ୍କୀ ଆକ୍ରମଣରେ ଥରିଛି ମୁମ୍ବାଇ