ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣା । ରାତି ଅଧରେ କ୍ରାଇମ ସିନ୍ ରିକ୍ରିଏସନ ।

Advertisment

ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣା । ରାତି ଅଧରେ ହେଲା କ୍ରାଇମ ସିନ୍ ରିକ୍ରିଏସନ । ଘଟଣା ରାତିରେ ଘଟିଥିଲା କ’ଣ, କହିଲା ଅପରାଧୀ । ସୈଫଙ୍କ ଘର, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନକୁ ନେଲା ପୁଲିସ ।

ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣା । ରାତି ଅଧରେ ହେଲା କ୍ରାଇମ ସିନ୍ ରିକ୍ରିଏସନ । ଘଟଣା ରାତିରେ ଘଟିଥିଲା କ’ଣ, କହିଲା ଅପରାଧୀ । ସୈଫଙ୍କ ଘର, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନକୁ ନେଲା ପୁଲିସ ।

14-Crime Scene

କନକ ବ୍ୟୁରୋ: ରାତି ଅଧରେ କ୍ରାଇମ ସିନ୍ ରିକ୍ରିଏସନ । ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣାରେ ରାତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୁଲିସ । ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦକୁ ନେଇ ସବୁ ସ୍ଥାନକୁ ଯାଇଛି ପୁଲିସ । ଘଟଣା ରାତିରେ କ’ଣ ଘଟିଥିଲା ତାର ଟିକନିକ ତଥ୍ୟ ଦେଇଛି ଅଭିଯୁକ୍ତ । ବାନ୍ଦ୍ରା ପୁଲିସ ପ୍ରଥମେ ଅଭିଯୁକ୍ତକୁ ନେଇ ସୈଫଙ୍କ ଘରକୁ ଯାଇଥିଲା । ସେଠାରେ ପୁଲିସ ଉପସ୍ଥିତିରେ ଘଟଣା ସମୟରେ କଣ କଣ ଘଟିଥିଲା, କେମିତି ଘଟଣାସ୍ଥଳରେ ପହଞ୍ଚିଥିଲା ଅଭିଯୁକ୍ତ ଏବଂ ସେଠାରୁ କେମିତି ଫେରାର ହୋଇଥିଲା ଗୋଟିଏ ପରେ ଗୋଟିଏ ସବୁ କହିଛି ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ । ଏବଂ ସୈଫଙ୍କ ଘରୁ ବାହାରିବା ପରେ ସେ କେଉଁଠିକି ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କଣ କଣ ଘଟିଥିଲା ତାର ଟିକନିକ ତଥ୍ୟ ପୁଲିସକୁ ଦେଇଛି । ସୈଫଙ୍କ ଘରୁ ବାହାରିବା ପରେ ବାନ୍ଦ୍ରା ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡକୁ ନେଇଥିଲା ପୁଲିସ । ସୈଫଙ୍କ ଘରୁ ବାହାରି କେମିତି ଓ କେଉଁଠିକି ଯାଇଥିଲା ଅଭିଯୁକ୍ତ ତାହା ପୁଲିସ ସାମ୍ନାରେ କହିଛି ଅଭିଯୁକ୍ତ । ଗତ ଗୁରୁବାର ରାତିରେ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସୈଫଙ୍କ ଅପରେସନ କରାଯାଇଥିଲା । ଅପରେସନ ପରେ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ ପୁଲିସ ଏହି ମାମଲାରେ ସୈଫଙ୍କ ଘରୋଇ ସହାୟକଙ୍କୁ ବି ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରିନାଙ୍କର ବି ବୟାନ ରେକର୍ଡ କରିଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe