କନକ ବ୍ୟୁରୋ: ସଲମାନ ଖାଁଙ୍କ ପରେ ଏବେ ବଲିଉଡ ସୁପରଷ୍ଟାର ସାହାରୁଖ ଖାଁଙ୍କୁ ହତ୍ୟା ଧମକ । ସାହାରୁଖଙ୍କ ବାସଭବନ ମନ୍ନତରେ ବଢାଗଲା ସୁରକ୍ଷା । ରାୟପୁରରୁ ଆସଥିଲା ଶାହାରୁଖଙ୍କୁ ଫୋନ ,କୋଟିଏ ଟଙ୍କା ମାଗିଲା ଅପରାଧୀ ,କଲ ପାଇଁ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ବିଏନଏସ ଧାରା ୩୦୮(୪), ୩୫୧(୩)(୪)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୁଲିସ । 

Advertisment

ସଲମନଙ୍କ ପରେ ଏବେ ବଲିଉଡର ବାଦଶାହାଙ୍କୁ ଅପରାଧୀଙ୍କ ଧମକ । 
ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ମହମ୍ମଦ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା । ବାନ୍ଦ୍ରା ପୋଲିସକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା ,କଲଟି ୫ତାରିଖ ଅପରାହ୍ନରେ ପୋଲିସକୁ ଆସିଥିଲା । ବାନ୍ଦ୍ରା ପୋଲିସ୍ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ବର୍ତ୍ତମାନ ରାୟପୁର ଅଭିମୁଖେ ବାହାରିଛନ୍ତି, ଯେଉଁଠାରୁ ଧମକ ଆସିଛି । 

ଫୋନ୍ କରି କୁହାଯାଇଥିଲା ଯେ, ଯଦି ଶାହରୁଖଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ ପଚାଶ ଲକ୍ଷ ଟଙ୍କା  ଦିଅ, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ସଲମାନଙ୍କ ପରେ ଶାହରୁଖଙ୍କୁ ଏପରି ଧମକପୂର୍ଣ୍ଣ କଲ୍ ଆସିବା ପରେ ତାଙ୍କ ବାସଭବନରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏବେ ଶାହରୁଖଙ୍କ ଘର ମନ୍ନତ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କଲରଙ୍କୁ ପୋଲିସ ପଚାରିଥିଲା ଆପଣ କିଏ କହୁଛନ୍ତି ସେପଟୁ ଉତ୍ତର ଆସିଥିଲା ନାଁ ମ୍ୟାଟର କରେନି ଯଦି ଲେଖିବାକୁ ଚାହୁଁଛନ୍ତି ତେବେ ମୋ ନାଁ ହିନ୍ଦୁସ୍ତାନୀ ଲେଖିଦିଅନ୍ତୁ । କିଛିଦିନ ତଳେ ଶାହରୁଖଙ୍କ ଘର ବାହାରେ ପୋଲିସ ବ୍ୟରିକେଡ ଲଗାଇଥିଲା । ତେବେ କୁହାଯାଉଛି କି ଶାହରୁଖଙ୍କ ତରଫରୁ ଏବେ ଅଧିକ ସୁରକ୍ଷା ମଗାଯାଇନାହିଁ । 
 

  • କେମିତି ଲିକ ହୁଏ ସେଲିବ୍ରେଟିଙ୍କ ନମ୍ବର?
  • ଅପରାଧୀଙ୍କୁ ନାହିଁ ଗିରଫର ଡର !

ଆଗରୁ ହେଉ ବା ବର୍ତ୍ତମାନ କେମିତି ଅପରାଧୀମାନେ ପାଉଛନ୍ତି ନେତା ଓ ଅଭିନେତାଙ୍କ ନମ୍ବର ? କାହା ସାହାଯ୍ୟରେ ଆଉ କେମିତି କରାଯାଉଛି ଅପରେଟିଂ । ଅପରାଧୀଙ୍କୁ ପୋଲିସର ଯେମିତି ଡର ନାହିଁ । ସଲମାନ ଖାଁଙ୍କୁ ଧମକ ଦେବା କାରଣରୁ ଦୁଇ ରୁ ତିନିଜଣ ଙ୍କୁ ବାନ୍ଧିଛି ପୋଲିସ ଆଉ ଏବେ ପୋଲିସ ପାଇଁ ଚିନ୍ତା ବଢାଇଛି ଏହିପରି ଧକମପୂର୍ଣ୍ଣ କଲ ।
 
ଧମକପୂର୍ଣ୍ଣ କଲ ପାଇବାପରେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ଅପରାଧୀକୁ ଟ୍ରାକ କରାଯାଇଛି ଆଉ ଅପରାଧି ଧରା ପଡିଲେ ଜଣାପଡିବ କଲ କରିବା ପଛର କାରଣ କଣ ଏବଂ କାହା ଇସାରାରେ କଲ୍ କରାଯାଇଛି ?