କନକବ୍ୟୁରୋ : ମୁମ୍ବାଇ  ପୁଲିସ୍  କୁ ଧମକପୂର୍ଣ୍ଣ ମେସେଜ୍ ।  ଆତଙ୍କବାଦୀ ସଂଗଠନ ‘ଲସ୍କର-ଇ-ଜିହାଦି’ ଧମକପୂର୍ଣ୍ଣ ମେସେଜ୍ ପଠାଇଛି । ୩୪ଟି ଗାଡିରେ ୪୦୦ କେଜିର ବିସ୍ଫୋରକ ଖଞ୍ଜାଯାଇଥିବା ଧମକ ଦିଆଯାଇଛି । ମୁମ୍ବାଇର ଟ୍ରାଫିକ୍  ପୁଲିସ୍ କୁ   ଅଫିସିଆଲ ହ୍ବାଟସଆପ୍ ନମ୍ବରରେ ଏହି ଧମକପୂର୍ଣ୍ଣ ମେସେଜ୍ ମିଳିଛି । ‘ଲସ୍କର-ଇ-ଜିହାଦି’ର ଧମକ ପରେ ସମଗ୍ର ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।  ହ୍ୟୁମାନ୍ ବମ୍ ବା ମାନବିକ ବୋମା ଖଞ୍ଜାଯାଇଛି। ଏହା ପୂରା ମୁମ୍ବାଇକୁ ଦୋହଲାଇ ଦେବ ବୋଲି ହ୍ବାଟସଆପ୍‌ରେ ମେସେଜ୍ ଆସିଛି ।