କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ଶୀତଳଯୁଦ୍ଧ ବି ଆରମ୍ଭ ହୋଇଛି । ହେଲେ ଏକନାଥ ସିନ୍ଦେ ତାଙ୍କ ସମର୍ଥକଙ୍କୁ ଦେଇଥିବା ପରାମର୍ଶରୁ ଜଣାପଡୁଛି କି ସେ ମୁଖ୍ୟମନ୍ତ୍ରୀ ଦୌଡରୁ ନିଜକୁ ଦୂରେଇ ନେବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏବେ ସିନ୍ଦେ ସମର୍ଥକଙ୍କ ଭିଡ ଲାଗୁଛି । ବାସଭବନ ଆଗରେ ସିନ୍ଦେ ସମର୍ଥକମାନେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉବୋଲି ନାରା ଲଗାଉଛନ୍ତି । ଏହାରି ଭିତରେ ଏକନାଥ ସିନ୍ଦେ ତାଙ୍କ ସମର୍ଥକଙ୍କୁ ବାସଭବନ ଆଗରେ ଭିଡ ନଲଗାଇବା ଓ ଏଭଳି ନାରା ନ ନ ଦେବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନିଦଳ ମିଶି ନିର୍ବାଚନ ଲଢି ନଥିଲେ ବୋଲି ସିନ୍ଦେ ସ୍ପଷ୍ଟ କହିଛନ୍ତି । ହେଲେ ଗତକାଲି ଜାତୀୟ ଗଣମାଧ୍ୟମର ଖବର ମୁତାବକ ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେଙ୍କୁ ସମର୍ଥନ ଦେବାକୁ ଅଜିତ ପାୱାର ଗୋଷ୍ଠୀ ସହ ଯୋଗାଯୋଗ କରାଯାଇଥିବା ଖବର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । 

Advertisment

ଅନ୍ୟପଟେ ଯଦି ମୁଖ୍ୟମନ୍ତ୍ରୀ ପଦ ନମିଳେ ତେବେ ବିଜେପି ପାଖରେ ସିନ୍ଦେ ଏକ ବଡ ସର୍ତ୍ତ ଉଠାଇବାକୁ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପଦ ନଦଲେ ସରକାରରେ ଗୃହ ବିଭାଗ ସିନ୍ଦେ କ୍ୟାମ୍ପକୁ ମିଳୁବୋଲି ସିନ୍ଦେ ଦାବି କରିବା କଥା ଆଲେଶଚନା ହେଉଛି । ସୂଚନା ଥାଉକି କାଲି ବିଳମ୍ବିତ ରାତିରେ ଏକନାଥ ସିନ୍ଦେ କ୍ୟାମ୍ପର ନେତା ଫଡନଭିସଙ୍କୁ ଭେଟିବାକୁ ତାଙ୍କ ବଙ୍ଗଳାକୁ ଯାଇଥିଲେ । ସିନ୍ଦେ ସମର୍ଥକ ନେତାଙ୍କ କହିବା କଥା ଯଦି ମୁଖ୍ୟମନ୍ତ୍ରୀ ପଦ ନମିଳେ ତେବେ ସିନ୍ଦେ କ୍ୟାମ୍ପଙ୍କୁ ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଉ ।