ମୁମ୍ବାଇରେ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୩ ମୃତ

Advertisment

ଶନିବାର ଭୋର୍‌ ୩ଟା ୬ ମିନିଟରେ ରାଜାରାମ ଲେନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘରେ ଶୋଇଥିବା ତିନି ଜଣ ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୩ ଜଣ ଅଛନ୍ତି ।

ଶନିବାର ଭୋର୍‌ ୩ଟା ୬ ମିନିଟରେ ରାଜାରାମ ଲେନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘରେ ଶୋଇଥିବା ତିନି ଜଣ ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୩ ଜଣ ଅଛନ୍ତି ।

Massive Fire

କନକ ବ୍ୟୁରୋ: ମୁମ୍ବାଇର ଗୋରେଗାଓଁ ପଶ୍ଚିମରେ ଥିବା ଭଗତ ସିଂହ ନଗର ସ୍ଥିତ ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଶନିବାର ଭୋର୍‌ ୩ଟା ୬ ମିନିଟରେ ରାଜାରାମ ଲେନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘରେ ଶୋଇଥିବା ତିନି ଜଣ ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୩ ଜଣ ଅଛନ୍ତି । ନିଆଁ ଯୋଗୁ ଘରର ତଳ ମହଲା ଓ ପ୍ରଥମ ମହଲାରେ ବୈଦ୍ୟୁତିକ ତାର ଓ ଅନ୍ୟ ସାମଗ୍ରୀ ପୋଡ଼ି ଯାଇଥିଲା। ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘରର ତିନିଜଣ ସଦସ୍ୟଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହର୍ଷଦା ପାବସ୍କର (୧୯), କୁଶଲ ପାବସ୍କର (୧୨) ଏବଂ ସଂଯୋଗ ପାବସ୍କର (୪୮) ବୋଲି ଚିହ୍ନଟ ହୋଇଛନ୍ତି । 

ମୁମ୍ବାଇ ଅଗ୍ନିଶମ ବାହିନୀ ଅନୁଯାୟୀ, ଭୋର ପ୍ରାୟ ୩.୦୬ ମିନିଟ ସମୟରେ ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଥିବା ଖବର ମିଳିଥିଲା । ତଳ ମହଲାରେ ଥିବା ବିଦ୍ୟୁତ ତାର ଏବଂ ଘରକରଣା ଜିନିଷ ତଥା ଉପର ମହଲାରେ ଥିବା ପୋଷାକପତ୍ର ମାଧ୍ୟମରେ ଏହି ନିଆଁ ଭୟଙ୍କର ଭାବେ ବ୍ୟାପି ଯାଇଥିଲା ।

ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଦୌଡ଼ି ଆସି ବାଲ୍ଟିରେ ପାଣି ଢାଳି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ କର୍ମଚାରୀମାନେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦେଇଥିଲେ। ଭୋର ୩.୧୬ ସମୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ଘର ଭିତରେ ଫସି ରହିଥିବା ତିନି ଜଣଙ୍କୁ ଉଦ୍ଧାର କରାଯାଇ ପୁଲିସ ଭ୍ୟାନ୍ ଏବଂ ଏକ ଘରୋଇ ଗାଡ଼ି ସାହାଯ୍ୟରେ ଗୋରେଗାଓଁର ଟ୍ରମା କେୟାର ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।

ମୃତକମାନେ ହେଲେ ହର୍ଷଦା ପାୱାସ୍କର, କୁଶଲ ପାୱାସ୍କର ଏବଂ ସଞ୍ଜୋଗ ପାୱାସ୍କର । ଏହି ତିନି ଜଣ ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, ତେବେ ପ୍ରାଥମିକ ସୂଚନା ଅନୁଯାୟୀ ବିଦ୍ୟୁତ ତାରରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe