କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ କଣ ହେଉଛି ତାହାକୁ ନେଇ ରାଜନୈତିକ ସମୀକ୍ଷକ ବି ଚୁପ୍ । କାରଣ ବାରମ୍ବାର ଶାସକ ଦଳକୁ ପ୍ରଶ୍ନରେ ଘାଇଲା କରିବା ବଦଳରେ ଜୋରଦାର ପ୍ରଶଂସା କରୁଛନ୍ତି ବିରୋଧୀ ଦଳ । କଥା ଏତିକିରେ ସରିନି ବରଂ ବିରୋଧୀ ଦଳର ନେତା ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ଏନଡିଏର ବିଜୟ ହେବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଭାରି ଜୋରରେ ଚର୍ଚ୍ଚା ହେଉଥିଲା । ସିନ୍ଦେ ଗୋଷ୍ଠୀ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଦାବି ବି କରିଥିଲେ । ହେଲେ ବିଜେପିର ଅଧିକ ପ୍ରାର୍ଥୀ ବିଜୟ ହୋଇଥିବାରୁ ଫଡନାଭିସ୍ ହିଁ ସିଏମ ହେଲେ । ପରେ ପରେ ବିଭାଗ ବଣ୍ଟନକୁ ନେଇ ବି ତୁ ତୁ ମେଁ ମେଁ ସ୍ଥିତି ଉପୁଜିଥିଲା ।
ଦେବେନ୍ଦ୍ରଙ୍କୁ ବାରମ୍ବାର ଭେଟିଛନ୍ତି ଆଦିତ୍ୟ
ଶରଦ, ଉଦ୍ଧବ ବି ପ୍ରଶଂସାରେ ପୋତି ପକାଇଛନ୍ତି
ରାଜନୀତିରେ କିଏ ଶତ୍ରୁ କି ମିତ୍ର ନୁହେଁ । ଏକଥା ଅନେକ ନେତା କୁହନ୍ତି । ଯାହାର ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଖାସ କରି ବାରମ୍ବାର ବିରୋଧୀ ଗୋଷ୍ଠୀ ଫଡନାଭିସଙ୍କୁ ଭେଟିବା ପରେ ସିନ୍ଦେ ନାରାଜ ଅଛନ୍ତି । କୁହାଯାଉଛି କି, ସେ ଏମିତି ପ୍ଲାନ କରିଛନ୍ତି ଯେ ଯେଉଁଥିଲାଗି ଦେବେନ୍ଦ୍ରଙ୍କୁ ଅଗ୍ନିପରୀକ୍ଷୀ ଦେବାକୁ ପଡ଼ିପାରେ ।
ବାଲାସାହେବଙ୍କ ସ୍ମାରକୀକୁ ନେଇ ରାଜନୀତି ଜୋର
ଉଦ୍ଧବ ଚାହୁଁନାହାନ୍ତି ସିନ୍ଦେଙ୍କ କୌଣସି ପ୍ରକାର ସଂପୃକ୍ତି
ମହାରାଷ୍ଟ୍ରର ନେତା ବାଲାସାହେବ ଠାକରେ । ବାପାଙ୍କ ନାଁକୁ ନେଇ ଉଦ୍ଧବ ରାଜନୀତି ବି କଲେ । ଅନେକଥର କ୍ଷମତା ବି ପାଇଲେ । ହେଲେ ନିଜର ଭୁଲ ଲାଗି କ୍ଷମତାଚ୍ୟୁତ ହେଲେ ଠାକରେ । ସେପଟେ ବାଲାସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ସିନ୍ଦେ ଗୋଷ୍ଠୀ ଭାରି ଚେଷ୍ଟା କରୁଛନ୍ତି । ହେଲେ ଏହି କାର୍ଯ୍ୟକ୍ରମରେ ସିନ୍ଦେଙ୍କ ସାମିଲକୁ ନେଇ ଖୁସି ନାହାନ୍ତି ଉଦ୍ଧବ । ସେଇଥି ଲାଗି ତ ଅଧ୍ୟକ୍ଷ ପଦରୁ ସିନ୍ଦେଙ୍କୁ ହଟାଇଦେବାରେ ସଫଳ ହୋଇଛନ୍ତି ଉଦ୍ଧବ । କୁହାଯାଉଛି, ସ୍ମାରକୀ କାମ ଦେଖିବାକୁ ଉଦ୍ଧବ ଗସ୍ତ କରିଥିଲେ । ଏବଂ ସେ ଚାହୁଁଥିଲେ ଫଡନାଭିସ ପ୍ରତ୍ୟକ୍ଷ ଭାବରେ ସ୍ମାରକୀ କଥା ବୁଝନ୍ତୁ । ହେଲେ ସିନ୍ଦେ ଫଡନାଭିସଙ୍କ ସଂପୃକ୍ତି ଚାହୁଁନାହାନ୍ତି । ଯଦି ସିନ୍ଦେଙ୍କ କଥା ଦେବେନ୍ଦ୍ର ମାନନ୍ତି ତାହାଲେ ଉଦ୍ଧବ ନାରାଜ ହେବା ସହିତ ଯେତିକି ପ୍ରଶଂସା କରିଛନ୍ତି ସେତିକି ବିରୋଧ ବି କରିପାରନ୍ତି ।
ବୈଠକରେ କି ଆଲୋଚନା ହେଲା
ସ୍ମାରକୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଯେଉଁଥିଲେ ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ବି ହୋଇଥିଲା । ହେଲେ ସିନ୍ଦେ ଗୋଷ୍ଠୀ ଅଭିଯୋଗ କରିଛନ୍ତି, ଶିବସେନାର ଆଦର୍ଶ ମାନିନାହାନ୍ତି ଉଦ୍ଧବ । କଂଗ୍ରେସ ସହ ମିଶି ଠାକରେ ସବୁ ନୀତି ଓ ଆଦର୍ଶ ଭୁଲିଯାଇଛନ୍ତି । ତେଣୁ ସ୍ମାରକୀକୁ ନେଇ ଠାକରେଙ୍କର କୌଣସି ଅଧିକାର ନାହିଁ କିଛି କହିବାକୁ । ଏବଂ ଦାବି କରିଛନ୍ତି ସ୍ମାରକୀ ସମିତିର ଅଧ୍ୟକ୍ଷ ପଦରୁ ଉଦ୍ଧବଙ୍କୁ ହଟାଯାଉ ।
ସ୍ମାରକୀ ସମିତିରେ କିଏ ଅଛନ୍ତି ?
ଉଦ୍ଧବ ଠାକରେ ବାଲାସାହେବ ଠାକେରଙ୍କ ସ୍ମାରକୀର ମାର୍ଗଦର୍ଶକ । ଉଦ୍ଧବଙ୍କ ପୁଅ ଆଦିତ୍ୟ ଏହି ସମିତିରେ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ରାଜ୍ୟର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସହର ବିକାଶ ବିଭାଗର ପ୍ରମୁଖ ସଚିବ, ଆଇନ ବିଭାଗର ସଚିବଙ୍କ ସହ ବିଏମସି କମିଶନର ମଧ୍ୟ ଏଥିରେ ସଦସ୍ୟ ଅଛନ୍ତି । ହେଲେ ଏବେ ସ୍ମାରକୀକୁ ନେଇ ଯେଉଁପରି ଭାବରେ ରାଜନୀତି ହେଉଛି, ଏବଂ ସିନ୍ଦେ-ଫଡନାଭିସଙ୍କ ମଧ୍ୟରେ କେଁ ସୃଷ୍ଟି କରାଯାଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଆଗାମୀ ଦିନରେ ଫଡନାଭିସଙ୍କ ପାଇଁ ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି ।