୨୦୨୭ ଅଗଷ୍ଟ ୧୫ ରୁ ମୁମ୍ବାଇ-ଅହମଦାବାଦ ମଧ୍ୟରେ ଚାଲିବ ବୁଲେଟ୍ ଟ୍ରେନ୍, ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

Advertisment

ଭାରତୀୟ ରେଳ ଇତିହାସରେ ଯୋଡ଼ିହେବାକୁ ଯାଉଛି ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୨୭ ମସିହା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ। ଏହାକୁ ନେଇ  ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହି ଐତିହାସିକ ଦିନକୁ ନେଇ ସରକାର ସମୟ ସୀମା ଧାର୍ୟ୍ୟ କରିଛନ୍ତି।

ଭାରତୀୟ ରେଳ ଇତିହାସରେ ଯୋଡ଼ିହେବାକୁ ଯାଉଛି ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୨୭ ମସିହା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ। ଏହାକୁ ନେଇ  ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହି ଐତିହାସିକ ଦିନକୁ ନେଇ ସରକାର ସମୟ ସୀମା ଧାର୍ୟ୍ୟ କରିଛନ୍ତି।

TRAIN

କନକ ବ୍ୟୁରୋ :  ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ନେଇ ଆସିଛି ସବୁଠାରୁ ବଡ଼ ଖବର। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆସନ୍ତା ୨୦୨୭ ଅଗଷ୍ଟ ୧୫ ତାରିଖରେ ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ। ଗୁଜରାଟର ସୁରତରୁ ବିଲିମୋରା ମଧ୍ୟରେ ପ୍ରଥମ ଆରମ୍ଭ ହେବ ପର୍ଯ୍ୟାୟ ଯାତ୍ରା । ଜାପାନୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଏହି ହାଇ-ସ୍ପିଡ୍ ଟ୍ରେନ୍ ୩୨୦ କିଲୋମିଟର ବେଗରେ ଦୌଡ଼ି ଭାରତୀୟ ରେଳର ଚେହେରା ବଦଳାଇ ଦେବ। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଏହାର କାମ ଜାରି ରହିଛି ।

  ଭାରତୀୟ ରେଳ ଇତିହାସରେ ଯୋଡ଼ିହେବାକୁ ଯାଉଛି ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୨୭ ମସିହା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ। ଏହାକୁ ନେଇ  ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହି ଐତିହାସିକ ଦିନକୁ ନେଇ ସରକାର ସମୟ ସୀମା ଧାର୍ୟ୍ୟ କରିଛନ୍ତି। ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଗୁଜରାଟର ସୁରତରୁ ବିଲିମୋରା ମଧ୍ୟରେ ଏହି ହାଇ-ସ୍ପିଡ୍ ଟ୍ରେନ୍ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଏହାକୁ ଭାପି ଏବଂ ଅହମ୍ମଦାବାଦ ପର୍ଯ୍ୟନ୍ତ  ସମ୍ପ୍ରସାରିତ କରାଯିବ ।

ଜାପାନର ଅତ୍ୟାଧୁନିକ 'ଶିନକାନସେନ'ର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଭାରତର ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ। ବର୍ତ୍ତମାନ ସୁଦ୍ଧା କରିଡରର ୫୦୮ କିଲୋମିଟର ମଧ୍ୟରୁ ଅଧିକାଂଶ ଅଂଶରେ ଭାୟାଡକ୍ଟ ଏବଂ ପିଲାର କାର୍ଯ୍ୟ  ଶେଷ ହୋଇସାରିଛି। ପ୍ରକଳ୍ପ କେବଳ ଦୁଇଟି ସହର ମଧ୍ୟରେ ଦୂରତା କମାଇବ ନାହିଁ, ବରଂ ଅର୍ଥନୈତିକ ବିକାଶର ନୂଆ ଦ୍ୱାର ଖୋଲିବ। ସୁରତରେ ଟ୍ରାକ୍ ସ୍ଲାବ୍ ପକାଇବା କାର୍ଯ୍ୟ ଜାରି ରହିଥିବା ବେଳେ ମୁମ୍ବାଇର ବିକେଠାରେ ଭୂତଳ ଷ୍ଟେସନ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ  ପହଞ୍ଚିଛି। ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଦୌଡ଼ିବାକୁ ଥିବା ଏହି ଟ୍ରେନ୍ ପାଇଁ ସ୍ୱତନ୍ତ୍ର ନଏଜ୍ ବାରିଅର୍ ବ୍ୟବସ୍ଥା କରାଯାଉଛି। ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ କରିଡର କାର୍ଯ୍ୟକ୍ଷମ  ହେବାର ଲକ୍ଷ୍ୟ ରଖାଯାଇଛି, ଯାହା ଦ୍ୱାରା ମୁମ୍ବାଇରୁ ଅହମଦାବାଦ ଯାତ୍ରା ମାତ୍ର ୨ ଘଣ୍ଟା ମଧ୍ୟରେ ସମ୍ଭବ ହୋଇପାରିବ ।

 ନଜର ପକାନ୍ତୁ  ପ୍ରକଳ୍ପର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ଉପରେ 

  • ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ସମୁଦାୟ ୫୦୮ କିଲୋମିଟରର କରିଡର ନିର୍ମାଣ ହେଉଛି।
  • ଟ୍ରେନ୍ ଘଣ୍ଟାପ୍ରତି ପ୍ରାୟ ୩୨୦ କିଲୋମିଟର ବେଗରେ ଚାଲିବ।
  • ସମୁଦାୟ ୧୨ଟି ଷ୍ଟେସନ ରହିବ, ଯେଉଁଥିରେ ସୁରତ, ଭଦୋଦରା ଏବଂ ଅହମଦାବାଦ ଭଳି ପ୍ରମୁଖ ସହର ସାମିଲ 
  • ପ୍ରକଳ୍ପରେ ୨୧ କିଲୋମିଟର ଲମ୍ବର ଏକ ଭୂତଳ ସୁଡ଼ଙ୍ଗ ରହିଛି, ଯାହାର ୭ କିଲୋମିଟର ଅଂଶ ସମୁଦ୍ର ମଧ୍ୟ ଦେଇ ଗତି କରିବ।
  • ୨୦୨୭ ଅଗଷ୍ଟରେ ପ୍ରଥମ ପର୍ୟ୍ୟାୟ ଏବଂ ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ କରିଡର କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe