କନକ ବ୍ୟୁରୋ: ୩୦୦ କିଲୋମିଟର ନିର୍ମାଣରୁ ୨୫୭.୪ କିଲୋମିଟର ବ୍ରିଜ୍ ସ୍ପେନ୍ ଲଞ୍ଚିଙ୍ଗ ଶୈଳୀରେ ହୋଇଛି ।  ଏହି କାମ ଦ୍ରୁତ ଗତିରେ ଚାଲିଛି । ନଦୀ ଉପରେ ବ୍ରିଜ୍, ଷ୍ଟିଲ୍ ଓ ପିଏସସି ବ୍ରିଜ୍ ଓ ଷ୍ଟେସନ୍ ବିଲ୍ଡିଂ ମଧ୍ୟ ନିର୍ମାଣ ହୋଇଛି । ଏଯାଏ ଏହି ପ୍ରୋଜେକ୍ଟରେ ୩୮୩ କିଲୋମିଟର ପିୟର୍ସ, ୪୦୧ କିଲୋମିଟରର ଫାଉଣ୍ଡେସନ୍ ଓ ୩୨୬ କିମି ଗର୍ଡର କାଷ୍ଟିଙ୍ଗ ନିର୍ମାଣ ପୂରା ହୋଇସାରିଛି । 

Advertisment
1*
1* Photograph: (KanakNews)

 ଏହା ହେଉଛି ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ କାମ , ଯାହା ଜୋରସୋରରେ ଚାଲିଛି । ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ଭିଡିଓ  ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଓ କହିଛନ୍ତି, ମୁମ୍ବାଇ- ଅହମଦାବାଦ୍ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ପାଇଁ ୩୦୦ କିଲୋମିଟରର ଟ୍ରାକ୍ ପାଖାପାଖି ନିର୍ମାଣ ହୋଇସାରିଛି । ଏହାବ୍ୟତୀତ ଗୁଜରାଟର ସୁରଟ୍ ପାଖରେ ୪୦ ମିଟର ଲମ୍ବର ବକ୍ସ ଗର୍ଡର କାମ ହୋଇସାରିଛି । ଏହି ବୁଲେଟ୍ ଟ୍ରେନ୍ ରୁଟରେ ପାଖାପାଖି ୧୨ଟି ଷ୍ଟେସନ୍ ନିର୍ମାଣ ହୋଇଛି । 

4**
4** Photograph: (KanakNews)

 ସୁରଟରେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାକି ଥିବା କାମ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ବୁଲେଟ୍ ଟ୍ରେନର ଟ୍ରାଏଲ ଆସନ୍ତା ବର୍ଷ ଆରମ୍ଭ ହେବା ନେଇ ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ଏବଂ ୨୦୨୯ରେ ଏହା ପୂର୍ଣ୍ଣ ହେବ ।