କନକ ବ୍ୟୁରୋ: ଓସିଏ ଅନ୍ତଃଜିଲ୍ଳା କଳାହାଣ୍ଡି କପ୍ ବରିଷ୍ଠ ପୁରୁଷ କ୍ରିକେଟ୍ର ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଭଦ୍ରକ, ଭୁବନେଶ୍ବର-ବି’, ଅନୁଗୁଳ, ବାଲେଶ୍ବର, କଳାହାଣ୍ଡି, କେନ୍ଦୁଝର, କଟକ-ଏ’, କିଟ୍, ଝାରସୁୁଗୁଡ଼ା ବିଜୟୀ ହୋଇଛନ୍ତି । ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଭୁବନେଶ୍ୱର-ବି’ ୭ ୱିକେଟ୍ରେ ମୟୂରଭଞ୍ଜକୁ ପରାସ୍ତ କରିଛି । ମୟୂରଭଞ୍ଜ ୧୪୦ ରନ୍ରେ ଅଲଆଉଟ୍ ହୋଇଥିଲା । ଶୁଭମ ନାଏକ ୫୦ରନ୍ କରିଥିଲେ । ଭୁବନେଶ୍ୱର-ବି’ ପକ୍ଷରୁ ବିଶ୍ୱଜିତ ମଲ୍ଲିକ ୬ଟି ୱିକେଟ ଅକ୍ତିଆର କରି ମୟୂରଭଞ୍ଜର ବିପର୍ଯ୍ୟୟ ଘଟାଇଥିଲେ । ସିଦ୍ଧାନ୍ତ ଜେନାଙ୍କ ୫୪ରନ୍ ବଳରେ ଭୁବନେଶ୍ବର-ବି’ ୨୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏମ୍ଜିଏମ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍ରେ ଭଦ୍ରକ ୬ୱିକେଟ୍ରେ ପୁରୀକୁ ପରାସ୍ତ କରିଛି । ପୁରୀ ୪୫.୨ଓଭରରେ ୧୪୭ରନ୍ କରିଥିଲା । ଜବାବରେ ଭଦ୍ରକ ୨୮.୧ଓଭରରେ ୪ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୫୦ରନ୍ କରିନେଇଥିଲା । ଡ୍ରିମସ ଗ୍ରାଉଣ୍ଡ୍ରେ କଟକ-ଏ’ ୧୦ ୱିକେଟ୍ରେ ରାୟଗଡ଼ାକୁ ପରାସ୍ତ କରିଛି । ରାୟଗଡା ୮୫ ରନ୍ରେ ଅଲଆଉଟ ହୋଇଥିଲା । ଶୁଭମ ନାୟକ ୫ ଓ୍ବିକେଟ୍ କରାୟତ୍ତ କରିଥିଲେ । ରାମଚନ୍ଦ୍ର ବେହେରାଙ୍କ ୪୮ରନ୍ ସହାୟତାରେ କଟକ-ଏ’ ମ୍ୟାଚ୍ ଜିତିଥିଲା । ରେଭେନ୍ସା ପଡ଼ିଆ ନ-୧ରେ ଅନୁଗୁଳ ୧୦୪ରନ୍ରେ ବରଗଡ଼କୁ ପରାସ୍ତ କରିଛି ।
ଏହା ବି ପଢ଼ନ୍ତୁ: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଚେସ୍ ଉଦ୍ଘାଟିତ
ଅନୁଗୁଳ ୪୯.୪ଓଭରରେ ୨୨୯ରନ୍ କରିଥିଲା । ଜବାବରେ ବରଗଡ଼ ୩୬ଓଭରରେ ୧୨୫ରନ କରିଥିଲା । ଅଡ଼ଶପୁର ପଡ଼ିଆରେ ବାଲେଶ୍ବର ୬ ୱିକେଟ୍ରେ ନୂଆପଡ଼ାକୁ ପରାସ୍ତ କରିଥିବା ବେଳେ ରେଭେନ୍ସା ପଡ଼ିଆ-୨ରେ କଳାହାଣ୍ଡି ୩୧ରନ୍ରେ ରାଉରକେଲାକୁ ପରାସ୍ତ କରିଛି । ଜଟଣୀ ରେଲୱେ ଗ୍ରାଉଣ୍ଡ୍ରେ କେନ୍ଦୁଝର ୧୦୯ ରନ୍ରେ କନ୍ଧମାଳକୁ ପରାସ୍ତ କରିଛି । କେନ୍ଦୁଝର ପକ୍ଷରୁ ସୋୟାଂଶୁ ପଟ୍ଟନାୟକ ୫ଟି ୱିକେଟ୍ ନେଇଥିଲେ । ଅନ୍ୟ ଦୁଇ ମ୍ୟାଚ୍ରେ କିଟ୍ ୭୯ରନ୍ରେ ପାରାଦୀପକୁ ପରାସ୍ତ କରିଥିବା ବେଳେ ଝାରସୁଗୁଡ଼ା ୯ ୱିକେଟ୍ରେ ଗଜପତିକୁ ହରାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/kalahandi-cup-2026-03-02-21-27-22.jpg)