ଦୀପାଳବିରେ ରାଜଧାନୀରେ ବଡ ଅଘଟଣ; ୧ ନମ୍ବର ହାଟ ଅଣ୍ଡରଗ୍ରାଉଣ୍ଡ ମାର୍କେଟରେ ଜଳିଗଲା ଏକାଧିକ ଦୋକାନ

ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ  । ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଅଗ୍ନିକାଣ୍ଡ  । ଜଳିଗଲା ଏକାଧିକ କପଡା ଦୋକାନ । ନିଆଁକୁ ଆୟତ୍ତ କଲେ ଦମକଳବାହିନୀ । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ଆଶଙ୍କା  ।

Screen Shot 2024-11-01 at 7.47.44 AM

କନକ ବ୍ୟୁରୋ: ଦୀପାବଳିରେ ଭୁବନେଶ୍ୱରରେ ବଡ଼ ଅଘଟଣ । ମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ଲାଗିଲା ନିଆଁ ଓ ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ମୁଖ୍ୟତଃ କପଡା ଦୋକାନ ରହିଛି । ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି । 

ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହୋଇନି । ବର୍ତ୍ତମାନ ଅଣ୍ଡର ଗ୍ରାଉଣ୍ଡ ମଧ୍ୟରେ କେତେ ଦୋକାନ ଓ ଧନସମ୍ପତ୍ତି ର କ୍ଷୟକ୍ଷତି ହୋଇଛି ତାହାର କୌଣସି ଆକଳନ ହୋଇନାହିଁ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe