ଲୋକସଭା ଭବନରେ ନର୍ସଙ୍କ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା: ମୁକେଶ ମହାଲିଙ୍ଗ କହିଲେ, ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି ନର୍ସିଂ ଅଫିସର

Advertisment

ପ୍ରତ୍ୟାହୃତ ହେବ ନର୍ସ ମାନଙ୍କ ଆନ୍ଦୋଳନ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ସଫଳ ହୋଇଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ରାଜି ହୋଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

swdw

କନକ ବ୍ୟୁରୋ: ପ୍ରତ୍ୟାହୃତ ହେବ ନର୍ସ ମାନଙ୍କ ଆନ୍ଦୋଳନ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ସଫଳ ହୋଇଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ରାଜି ହୋଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେପଟେ ନର୍ସ ମାନେ ଆନ୍ଦୋଳନରୁ ଓହରିବେ ନା ନାହିଁ ସେନେଇ ଆଗାମୀ ୨ ଘଣ୍ଟା ଭିତରେ ନିଷ୍ପତ୍ତି ନେବେ ବୋଲି ସଂଘ କହିଛି। ଗତ ୪ ଦିନ ହେବ ରାଜ୍ୟବ୍ୟାପୀ ନର୍ସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିଲେ। ୧୦ ଦଫା ଦାବି ପୂରଣ ପାଇଁ ଜିଦ୍‌ରେ ଅଡ଼ି ବସିଥିଲେ ନର୍ସ। ଏପରିକି ସିରିଞ୍ଜ ଛାଡ ଆନ୍ଦୋଳନ କରିବାରୁ ରାଜ୍ୟବ୍ୟାପୀ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଆଜି କ୍ୟାବିନେଟ ବୈଠକ ପରେ ଲୋକସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ ନର୍ସିଂ ଅଧକାରୀ। ମନ୍ତ୍ରୀ ଦାବି ନେଇ ସକାରାତ୍ମକ ସଙ୍କେତ ଦେଇଛନ୍ତି । ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe