ଚୋରା ମାଟି ପାଇଁ ମହାଭାରତ, ହାଇୱା ଚଢାଇ ମାରିଦେବାକୁ ଉଦ୍ୟମ

Advertisment

ଚୋରା ମାଟି ପାଇଁ ମହାଭାରତ । ରାତି ଅଧରେ ରକ୍ତ ରଞ୍ଜିତ ହେଲା ବାଲିଅନ୍ତା ଗଡ଼ଭିଙ୍ଗାରପୁର ଗାଁ । ମାଫିଆଙ୍କ ଆକ୍ରମଣରେ ୩ ଯୁବକ ଗୁରୁତର । ହାଇୱା ଚଢାଇ ମାରିଦେବାକୁ ଉଦ୍ୟମ । 

ଚୋରା ମାଟି ପାଇଁ ମହାଭାରତ । ରାତି ଅଧରେ ରକ୍ତ ରଞ୍ଜିତ ହେଲା ବାଲିଅନ୍ତା ଗଡ଼ଭିଙ୍ଗାରପୁର ଗାଁ । ମାଫିଆଙ୍କ ଆକ୍ରମଣରେ ୩ ଯୁବକ ଗୁରୁତର । ହାଇୱା ଚଢାଇ ମାରିଦେବାକୁ ଉଦ୍ୟମ । 

27-mud mafia

କନକ ବ୍ୟୁରୋ: ମଙ୍ଗଳବାର ରାତି ଅଧରେ ରକ୍ତ ରଂଜିତ ହେଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଗଡଭିଙ୍ଗାରପୁର ଗାଁ । ଇଟାମାଟିକୁ ଚୋରାରେ ମାଟି ଚାଲାଣ କରୁଥିବା ବେଳେ ହାତାହାତି ପରିସ୍ଥିତି ଉପୁଜି ଥିଲା । ମାଟି ଚୋରିକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ହାଣି ଦେଲେ ମାଟି ମାଫିଆ । ଏହାସହ ସମସ୍ତଙ୍କୁ ହାଇୱା ଚଢାଇ ମାରିବାକୁ ଉଦ୍ୟମ କରିଛନ୍ତି ମାଫିଆମାନେ । ଗଡଭିଙ୍ଗାରପୁର ଗାଁର  ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଚୋରାରେ ମାଟି ଚାଲାଣ ହେଉଥିବା ଦେଖିବା ପରେ ଏହି ଯୁବକମାନେ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆ ସେମାନଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ଗାଁର ଲୋକ ଏକାଠି ହୋଇଯାଇଥିଲେ, ଫଳରେ ଏହି ୩ ଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏହାକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି । 

ଗାଁର ଲୋକମାନେ ୩ ଜଣ ମାଫିଆଙ୍କୁ କାବୁ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିି ଥିଲା ପୁଲିସ । ଏହାପୂର୍ବରୁ ମଧ୍ୟ ଜିତିକାର ସୁଆଁଲୋ ମୌଜା ଚିତ୍ତଳେଶ୍ବର ମନ୍ଦିର ନିକଟରୁ ମାଟି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଇଟାଭାଟି ଗୁଡିକୁ ବେଆଇନ ଭାବେ ମାଟି ଚାଲାଣ କରାଯାଉଥିବା ବେଳେ ଗାଁର ଲୋକ ଏହାର ବିରୋଧ କରିଆସୁଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe