କନକ ବ୍ୟୁରୋ: ମଙ୍ଗଳବାର ରାତି ଅଧରେ ରକ୍ତ ରଂଜିତ ହେଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଗଡଭିଙ୍ଗାରପୁର ଗାଁ । ଇଟାମାଟିକୁ ଚୋରାରେ ମାଟି ଚାଲାଣ କରୁଥିବା ବେଳେ ହାତାହାତି ପରିସ୍ଥିତି ଉପୁଜି ଥିଲା । ମାଟି ଚୋରିକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ହାଣି ଦେଲେ ମାଟି ମାଫିଆ । ଏହାସହ ସମସ୍ତଙ୍କୁ ହାଇୱା ଚଢାଇ ମାରିବାକୁ ଉଦ୍ୟମ କରିଛନ୍ତି ମାଫିଆମାନେ । ଗଡଭିଙ୍ଗାରପୁର ଗାଁର ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଚୋରାରେ ମାଟି ଚାଲାଣ ହେଉଥିବା ଦେଖିବା ପରେ ଏହି ଯୁବକମାନେ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆ ସେମାନଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ଗାଁର ଲୋକ ଏକାଠି ହୋଇଯାଇଥିଲେ, ଫଳରେ ଏହି ୩ ଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏହାକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି ।
ଗାଁର ଲୋକମାନେ ୩ ଜଣ ମାଫିଆଙ୍କୁ କାବୁ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିି ଥିଲା ପୁଲିସ । ଏହାପୂର୍ବରୁ ମଧ୍ୟ ଜିତିକାର ସୁଆଁଲୋ ମୌଜା ଚିତ୍ତଳେଶ୍ବର ମନ୍ଦିର ନିକଟରୁ ମାଟି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଇଟାଭାଟି ଗୁଡିକୁ ବେଆଇନ ଭାବେ ମାଟି ଚାଲାଣ କରାଯାଉଥିବା ବେଳେ ଗାଁର ଲୋକ ଏହାର ବିରୋଧ କରିଆସୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/04/09/LcCAsaXNzBovsK0K8xK1.jpg)