କନକବ୍ୟୁରୋ: ଓଡ଼ିଶାରେ ଆତ୍ମହତ୍ୟା କଲା ବେଙ୍ଗାଳୁରର ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଚାରି ଦିନ ହେଲା ଅଭିଯୁକ୍ତ ଓଡ଼ିଶାର ଭଦ୍ରକକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି । ବଡ କଥା ହେଉଛି, ସକାଳେ ଯେଉଁ ଆତ୍ମହତ୍ୟାକୁ ଅପମୃତ୍ୟୁ ମାମଲା କରି ଭଦ୍ରକର ଧୁଷୁରୀ ଥାନା ପୋଲିସ ଚୁପ ବସିଥିଲା । ତାହା ଯେ ସାରା ଦେଶକୁ ଚହଳାଇ ଦେଇଥିବା ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତାହା ଧୁଷିରୀ ପୁଲିସ ଜାଣିପାରିନଥିଲା । 

Advertisment

ସନ୍ଧ୍ୟାରେ ବାଙ୍ଗାଲୋର ପୁଲିସ ଭଦ୍ରକର ଧୁଷୁରୀ ଥାନାକୁ ଫୋନ କରି ପଚରାଉଚରା କରିବା ପରେ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ସଂପୃକ୍ତି ପଦାକୁ ଆସିଛି । ପୁରା ଘଟଣା କ୍ରମ ଥିଲା ଏହିପରି । ବୁଧବାର ସକାଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 

ମୃତକ ଭୂଇଁପୁର ଗ୍ରାମର ମୁକ୍ତିକାନ୍ତ ରାୟ ବୋଲି ଚିହ୍ନଟ କରିଥିଲେ ସ୍ଥାନୀୟ ଅଂଚଳର ଲୋକ। ପୋଲିସ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରିବାର ଲୋକଙ୍କ ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମୁକ୍ତିକାନ୍ତ ଭୂଇଁପୁର ଗାଁକୁ ଆସିଥିଲା । ସକାଳେ ଏକ ସ୍କୁଟି ଧରି ଭଦ୍ରକ ଯିବ କହି ଘରୁ ବାହାରିଥିଲା ।

ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରିଛି । ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଧୂଷୁରୀ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ହେଲେ ସନ୍ଧ୍ୟାରେ ବେଙ୍ଗାଲୁରରୁ ପୋଲିସର ଫୋନ ପାଇବା ପରେ ମହାଲକ୍ଷ୍ମୀ ହତ୍ୟା ମାମଲାର ଅଭିଯୁକ୍ତ ମୁକ୍ତିରଂଜନ ବୋଲି ଜଣାପଡିଛି ।  

ସେପେଟ ଘଟଣାକୁ ନେଇ ଭଦ୍ରକ ଏସପି ବରୁଣ ଗଂଟୁପାଲି କହିଛନ୍ତି, ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ ହୋଇଛି । ଏଥିରେ ସେ ମହାଲକ୍ଷ୍ମୀଙ୍କୁ ସ୍ବୀକାର କରିଥିଲା ସ୍ୱୀକାର କରିଛି । ହତ୍ୟାକାଣ୍ଡ ଲିଙ୍କରେ ଗୋଟିଏ ଦିନ ପୂର୍ବରୁ ବେଙ୍ଗାଲୁରୁ ପୁଲିସ ଆସିଥିଲା । ମୁକ୍ତିକାନ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ ।

କିନ୍ତୁ ଆଜି ଆତ୍ମହତ୍ୟା ଖବର ଆସିବା ପରେ ବେଙ୍ଗାଲୁରୁ ପୁଲିସ ଧୁଷୁରି ଆସୁଛି । ବେଙ୍ଗାଲୁରର ମହାଲକ୍ଷ୍ମୀ ମୃତ୍ୟୁକୁ ନେଇ ପୂରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ମହାଲକ୍ଷ୍ମୀଙ୍କୁ ହତ୍ୟା ପରେ ଖଣ୍ଡବିଖଣ୍ଡିତ ମୃତଦେହକୁ ଫ୍ରିଜରେ ରଖି ଫେରାର ହୋଇଯାଇଥିଲା ଅଭିଯୁକ୍ତ । 

ଅତି ବିଭତ୍ସ ଭାବେ ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିଲା । ମୃତଦେହକୁ ୫୯ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ ମୁକ୍ତିକାନ୍ତ ରାୟ। ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମଲାଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି । ଅଭିଯୁକ୍ତ ମୁକ୍ତିକାନ୍ତଙ୍କ ଘର ଭଦ୍ରକ ଜିଲ୍ଲାରେ ଜଣାପଡ଼ିଛି । ଓଡ଼ିଶାକୁ ମୁକ୍ତିକାନ୍ତ ଆସି ଆତ୍ମହତ୍ୟା କରିବା ଏହି ଘଟଣାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଛି ।