କନକ ବ୍ୟୁରୋ : ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ। ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର। ଆଜି ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ । ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ ସିଏସିପିର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ। ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ଏନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନା କରିଥିଲେ । ଏହି ଅନୁପାତରେ ଏମଏସପିର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହେବେ ସେନେଇ ଆଲୋଚନା ହୋଇଥିଲା । ତେବେ ଖୁବ୍ ଶୀଘ୍ର ରାଜ୍ୟ ଗୁଡ଼ିକ ଲିଖିତ ଆକାରରେ ପ୍ରସ୍ତାବ କେନ୍ଦ୍ରକୁ ପଠାଇବେ ବୋଲି କହିଛନ୍ତି।

Advertisment