କନକ ବ୍ୟୁରୋ: ୨୪ ନିର୍ବାଚନର ଅପ୍ରତ୍ୟାଶିତ ଫଳକୁ ବଜାୟ ରଖିବାକୁ ପ୍ରାଣପ୍ରଣେ ଉଦ୍ୟମ କରୁଛି କେନ୍ଦ୍ରୀୟ ବିଜେପି । ରାଜ୍ୟର ୨୧ ରୁ ୨୦ ସାଂସଦ ସିଟ ହାତେଇ ଥିଲା ବିଜେପି । ଏହି ୨୦ ସିଟ ବିଜେପିକୁ କେନ୍ଦ୍ରରେ ସରକାରକୁ ମଜବୁତ କରିବାରେ ବେଶ ସହାୟକ ହୋଇଥିଲା । ଆଉ ଏଥିପାଇଁ ଏହି ସିଟଗୁଡିକୁ ହାତଛଡା କରିବାକୁ ଚାହୁଁନହିଁ କେନ୍ଦ୍ରିୟ ବିଜେପି।  ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଂସଦମାନଙ୍କ ନିର୍ବାଚନ ମଣ୍ଡଳୀରେ ସର୍ଭେ ଆରମ୍ଭ ହୋଇସାରିଲାଣି । ଏହି ସର୍ଭେକୁ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି।

Advertisment

ସାଂସଦମାନଙ୍କ ସମ୍ପର୍କରେ ସର୍ଭେ ଦୁଇଭାଗରେ କରାଯିବ । ନିର୍ବାଚନମଣ୍ଡଳୀ ଓ ପାର୍ଲାମେଂଟରେ ୨୦ ସାଂସଦଙ୍କ ପ୍ରଦର୍ଶନ ନେଇ ଏହି ସର୍ଭେ ଆଧାରିତ ହେବ ।

ନିର୍ବାଚନମଣ୍ଡଳୀ ସମୀକ୍ଷା 

  • ନିର୍ବାଚନମଣ୍ଡଳୀରେ ସାଂସଦ କେତେ ଲୋକସମ୍ପର୍କ ରଖିଛନ୍ତି ?
  • ଲୋକଙ୍କ ସମସ୍ୟାର କେତେ ସମାଧାନ ହୋଇଛି ?
  • ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପର୍କ ରଖିଛନ୍ତି ନା ନାହିଁ
  • ସାଂସଦଙ୍କ ଲୋକପ୍ରିୟତା କମିଛି ନା ବଢିଛି?

ପାର୍ଲାମେଂଟରେ ପ୍ରଦର୍ଶନ ସମୀକ୍ଷା

  • ପାର୍ଲାମେଣ୍ଟରେ କେତେ ପ୍ରତିଶତ ଉପସ୍ଥିତି ରହିଛି?
  • କେତେ ପ୍ରଶ୍ନ ପଚାରିଛନ୍ତି ?
  • ନିଜ ଅଂଚଳର କେତେ ପ୍ରସଙ୍ଗ ଉଠାଇଛନ୍ତି ?
  • କେତୋଟି ଆଲୋଚନାରେ ଭାଗ ନେଇଛନ୍ତି?

୨୦ ଜଣ ବିଜେପି ସାଂସଦ ନିଜଆଡୁ ରିପୋର୍ଟ କାର୍ଡ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଅମିତ ଶାହାଙ୍କ ଓଡିଶା ଗସ୍ତ ସମୟରେ ଏହାକୁ ଉପସ୍ଥାପନ କରିବେ । ଏହାପରେ ସାଂସଦଙ୍କ ଭଳି ବିଧାୟକଙ୍କ ବି କାର୍ଯ୍ୟର  ସର୍ଭେ କରିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ ବିଜେପି ।