ପହଲଗାମ ଘଟଣାକୁ ନେଇ ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ବିଜେଡି ସାଂସଦ । କହିଲେ, ଦେଶବାସୀଙ୍କୁ କଷ୍ଟ ଦେଇଥିବାରୁ ମାଗୁଛି କ୍ଷମା

ସେ କହିଥିଲେ କି ଯେତିକି ସମୟ ଭିତରେ ଆତଙ୍କବାଦୀମାନେ ଜଣଙ୍କ ପରେ ଜଣେ ଭାରତୀୟଙ୍କୁ ହତ୍ୟା କଲେ ସେତିକି ସମୟ ଭିତରେ ସେମାନଙ୍କ ଧର୍ମ ପଚାରିବା ସମ୍ଭବ ନୁହେଁ ।

dfgsfdfsdfdfsd

କନକ ବ୍ୟୁରୋ :  ବୟାନ ଦେଲେ ପୁଣି କ୍ଷମା ମାଗିଲେ । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ କି ଯେତିକି ସମୟ ଭିତରେ ଆତଙ୍କବାଦୀମାନେ ଜଣଙ୍କ ପରେ ଜଣେ ଭାରତୀୟଙ୍କୁ ହତ୍ୟା କଲେ ସେତିକି ସମୟ ଭିତରେ ସେମାନଙ୍କ ଧର୍ମ ପଚାରିବା ସମ୍ଭବ ନୁହେଁ । ଏହି ବୟାନକୁ ରାଜ୍ୟବାସୀ ନିନ୍ଦା କରିବା ପରେ ବିଜେଡି ସୁଲତାଙ୍କ ବୟାନରୁ ନିଜକୁ ଦୂରେଇ ନେଇଥିଲା । ଏହାପରେ ସୁଲତା ଦେଓ ତାଙ୍କର ଏଭଳି ବୟାନ ପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ମୋ ବୟାନ ଦେଶବାସୀଙ୍କୁ ଉପହାସିତ କରିଛି ତେବେ ମୁଁ ସେମାନଙ୍କ ଠାରୁ କ୍ଷମା ଚାହୁଁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe