ତାସ୍‌କେଣ୍ଟ୍‌ରୁ ଫେରିଲେ ସାଂସଦ ସସ୍ମିତ ପାତ୍ର, ଦିଲ୍ଲୀ ଫେରିବା ପରେ ୱାକଫ୍‌ ବିଲ୍‌କୁ ନେଇ ଗଣମାଧ୍ୟମରେ ରଖିଲେନି ପ୍ରତିକ୍ରିୟା

ଦିଲ୍ଲୀ ଫେରିବା ପରେ ୱାକଫ୍‌ ବିଲ୍କୁ‌ ନେଇ ଗଣମାଧ୍ୟମରେ ରଖିଲେନି ପ୍ରତିକ୍ରିୟା : କହିଲେ, ଦଳ ପକ୍ଷରୁ କୁହାଗଲେ ରଖିବେ ଉତ୍ତର

ଫେରିଲେ ସସ୍ମିତ, କହିଲେନି କିଛି

ଫେରିଲେ ସସ୍ମିତ, କହିଲେନି କିଛି Photograph: (kanakNews)

କନକ ବ୍ୟୁରୋ: ତାସ୍‌କେଣ୍ଟ୍‌ରୁ ଫେରିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀ ଫେରିବା ପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ । ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ସସ୍ମିତ । ୱାକଫ୍‌ ବିଲ୍‌ ନେଇ କୌଣସି ମତ ରଖିଲେନି । ଦଳ ପକ୍ଷରୁ କୁହାଗଲେ ପ୍ରତିକ୍ରିୟା ରଖିବେ ବୋଲି କହିଲେ ସସ୍ମିତ ପାତ୍ର। ରାଜ୍ୟ ସଭାରେ ୱାକଫ୍‌ ବିଲ୍ ସମର୍ଥନରେ ଭୋଟ୍ ଦେବା ପରେ ବିବାଦରେ ରହିଛନ୍ତି ସସ୍ମିତ। ଏହା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାସ୍‌କେଣ୍ଟ୍‌ରୁ ଗସ୍ତ କରିଥିଲେ ।

ଏହା ଭିତରେ ଘଟଣାକୁ ୭ ଦିନ ବିତି ସାରିଥିଲେ ବି ସସ୍ମିତଙ୍କୁ ବିଜେଡି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇ ନାହିଁ କି ? ସୁପ୍ରିମୋଙ୍କ ନିକଟରେ ସାଂସଦ ମୁନ୍ନା ଖାଁ ଫେରାଦ ହେବା ପରେ ସସ୍ମିତଙ୍କୁ ପଚାରିଛନ୍ତି କି ନବୀନ ? କାହିଁକି ସେ ୱାକଫ୍‌ ସମର୍ଥନରେ ଭୋଟ୍‌ ଦେଲେ ଏନେଇ ସସ୍ମିତଙ୍କୁ ଜବାଦ ତଲବ କରାଯାଇଛି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ୭ ଦିନ ଭିତରେ ବିଜେଡି ଦଳରେ ଅନେକ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ଆଉ ବିଦେଶରୁ ଫେରି ସସ୍ମିତ ଚୁପ୍‌ ରହିବା ଦଳୀୟ ବିବାଦକୁ ଆହୁରି ଚର୍ଚ୍ଚିତ କରାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe