କନକ ବ୍ୟୁରୋ: ତାସ୍କେଣ୍ଟ୍ରୁ ଫେରିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀ ଫେରିବା ପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ । ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ସସ୍ମିତ । ୱାକଫ୍ ବିଲ୍ ନେଇ କୌଣସି ମତ ରଖିଲେନି । ଦଳ ପକ୍ଷରୁ କୁହାଗଲେ ପ୍ରତିକ୍ରିୟା ରଖିବେ ବୋଲି କହିଲେ ସସ୍ମିତ ପାତ୍ର। ରାଜ୍ୟ ସଭାରେ ୱାକଫ୍ ବିଲ୍ ସମର୍ଥନରେ ଭୋଟ୍ ଦେବା ପରେ ବିବାଦରେ ରହିଛନ୍ତି ସସ୍ମିତ। ଏହା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାସ୍କେଣ୍ଟ୍ରୁ ଗସ୍ତ କରିଥିଲେ ।
ଏହା ଭିତରେ ଘଟଣାକୁ ୭ ଦିନ ବିତି ସାରିଥିଲେ ବି ସସ୍ମିତଙ୍କୁ ବିଜେଡି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇ ନାହିଁ କି ? ସୁପ୍ରିମୋଙ୍କ ନିକଟରେ ସାଂସଦ ମୁନ୍ନା ଖାଁ ଫେରାଦ ହେବା ପରେ ସସ୍ମିତଙ୍କୁ ପଚାରିଛନ୍ତି କି ନବୀନ ? କାହିଁକି ସେ ୱାକଫ୍ ସମର୍ଥନରେ ଭୋଟ୍ ଦେଲେ ଏନେଇ ସସ୍ମିତଙ୍କୁ ଜବାଦ ତଲବ କରାଯାଇଛି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ୭ ଦିନ ଭିତରେ ବିଜେଡି ଦଳରେ ଅନେକ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ଆଉ ବିଦେଶରୁ ଫେରି ସସ୍ମିତ ଚୁପ୍ ରହିବା ଦଳୀୟ ବିବାଦକୁ ଆହୁରି ଚର୍ଚ୍ଚିତ କରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/10/bmK3UqCamJMh4caNann5.jpg)