'ବାଉନ୍ସର ଭଳି ଧକ୍କା ମାରିଥିଲେ ରାହୁଲ ଗାନ୍ଧୀ, ଯାହା ଅତ୍ୟନ୍ତ ନିନ୍ଦନୀୟ'

Advertisment

ସଂସଦରେ ଠେଲାପେଲା ଘଟଣାରେ ଅଭିଯୋଗ କରିଛନ୍ତି ପ୍ରତାପ ନନା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସଂସଦରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ ।

ସଂସଦରେ ଠେଲାପେଲା ଘଟଣାରେ ଅଭିଯୋଗ କରିଛନ୍ତି ପ୍ରତାପ ନନା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସଂସଦରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ ।

MP Pratap Sarangi 1

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନାଁରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଅଭିଯୋଗ । ସଂସଦରେ ଠେଲାପେଲା ଘଟଣାରେ ଅଭିଯୋଗ କରିଛନ୍ତି ପ୍ରତାପ ନନା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସଂସଦରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରର ମନ୍ଦିରରେ ଏଭଳି ହେବା ଠିକ ନୁହେଁ । ରାହୁଲ ଅଗଣତାନ୍ତ୍ରିକ ବ୍ୟବହାର କରିଥିଲେ । ରାହୁଲଙ୍କ ଠେଲାପେଲାରୁ ତାଙ୍କର ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ମୁକେଶ ରାଜପୁତ ପଡ଼ିବାରୁ ସେ ଆହତ ହୋଇଥିଲେ ।

ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀ ବାଉନ୍ସର ଭଳି ଧକ୍କା ମାରିଥିଲେ । ବଡ଼ ପଦରେ ଥାଇ ଏଭଳି ବ୍ୟବହାର କରିବା ଠିକ୍‌ ନୁହେଁ । ଘଟଣାରେ ସିସିଟିଭି ସବୁ ପ୍ରମାଣ ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe