କନକ ବ୍ୟୁରୋ: ଦୁର୍ଗା ପୂଜା ମଣ୍ଡପରେ ଲୋକଙ୍କୁ ଶପଥ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ।  ଆତ୍ମନିର୍ଭର ଭାରତ ପାଇଁ ଦେଲେ ସଙ୍କଳ୍ପ, ବିଦେଶୀ ବସ୍ତୁ ବଦଳରେ ସ୍ୱଦେଶୀ ଜିନିଷ କିଣିବାକୁ ଦେଲେ ଆହ୍ବାନ । ଆମେରିକାର ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତକୁ ଆତ୍ମନିର୍ଭର ହେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆମ ଦେଶର କେହି ବଡ଼ ଶତ୍ରୁ ନାହାନ୍ତି, ଆମର ନିର୍ଭରଶୀଳତା, ଆବଶ୍ୟକତା ହିଁ ଆମର ଶତ୍ରୁ । ପ୍ରଥର ଥର ପାଇଁ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ଚିପ୍ ମଧ୍ୟ ତିଆରି କରିବାରେ ସକ୍ଷମ ହୋଇଛି । ଏଭଳି ସ୍ଥିତିରେ ପୂଜା ମଣ୍ଡପରେ ସ୍ବଦେଶୀ ଜିନିଷ କିଣିବାକୁ ଆହ୍ବାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ । 

Advertisment