କନକ ବ୍ୟୁରୋ: ନବ ଦାସ ହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ଝିଅ ଦୀପାଳି ଦାସ । ହେଲେ ଏପର୍ଯ୍ୟନ୍ତ ସିବିଆଇକୁ ଏନେଇ ଲିଖିତ ଆକାରରେ ଜଣାଇନାହାନ୍ତି ଦୀପାଳି କିମ୍ବା ତାଙ୍କ ପରିବାର । ଯାହାକୁ ନେଇ ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ସିବିଆଇ ତଦନ୍ତ ନକରିବାକୁ ନବ ଦାସଙ୍କ ପରିବାର ଉପରେ ବିଜେଡି ଚାପ ପକାଉଥିବା ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ । କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା । ଜଣେ ଆଇଇଏସ୍ ଅଧିକାରୀ ଥିଲେ, ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ, ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ, ସେଥିପାଇଁ ସେମାନେ ନବ ଦାସଙ୍କୁ ରାସ୍ତାରୁ ହଟାଇ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ । ଏବେ ଯଦି ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ, ତାହେଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ ବୋଲି ପ୍ରଦୀପ କହିଛନ୍ତି ।
‘ନବଙ୍କ ପରିବାର ଉପରେ ବିଜେଡି ଚାପ’, ପ୍ରଦୀପ ପୁରୋହିତଙ୍କ ସଙ୍ଗୀନ ଅଭିଯୋଗ
ନବ ଦାସଙ୍କ ପରିବାର ଉପରେ ବିଜେଡି ପକାଉଛି ଚାପ । ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ସଙ୍ଗୀନ ଅଭିଯୋଗ । କହିଲେ, ତଦନ୍ତ ହେଲେ ଜେଲକୁ ଯିବେ ବିଜେଡିର ଦୁଇଟି ବଡ଼ ଚେହେରା । ଲିଖିତ ଭାବେ ସରକାରଙ୍କୁ ଦିଅନ୍ତୁ ନବଙ୍କ ପରିବାର ।
/kanak/media/media_files/2025/03/02/xyoiU5O9oR7gt5gb9AJL.jpg)