ଦିଦି ବନାଇଲେ ଜଗନ୍ନାଥଧାମ; କାହିଁକି ଚୁପ୍ ବସିଛନ୍ତି ନବୀନ?

Advertisment

ଦୀଘାରେ ମମତା ଦିଦି ଜଗନ୍ନାଥ ମନ୍ଦିର ତିଆରି କଲେ, ଏହି ମନ୍ଦିରର ଅଞ୍ଚଳକୁ ଜଗନ୍ନାଥଧାମ ବୋଲି ଘୋଷଣା କଲେ । ହେଲେ ଏତେ ସବୁ ପରେ ବି, କାହିଁକି ଚୁପ୍ ବସିଛନ୍ତି ନବୀନ ବାବୁ? ଯେତେବେଳେ ମମତା ବାନାର୍ଜୀ ସନାତନ ଧର୍ମ ଆଉ ପୁରୀ ଧାମ ଉପରେ ମାଡ଼ ମାରୁଛନ୍ତି, ସେତେବେଳେ ନବୀନ ବାବୁ କେମିତି ଚୁପ୍ ବସିଛନ୍ତି ?

ଦୀଘାରେ ମମତା ଦିଦି ଜଗନ୍ନାଥ ମନ୍ଦିର ତିଆରି କଲେ, ଏହି ମନ୍ଦିରର ଅଞ୍ଚଳକୁ ଜଗନ୍ନାଥଧାମ ବୋଲି ଘୋଷଣା କଲେ । ହେଲେ ଏତେ ସବୁ ପରେ ବି, କାହିଁକି ଚୁପ୍ ବସିଛନ୍ତି ନବୀନ ବାବୁ? ଯେତେବେଳେ ମମତା ବାନାର୍ଜୀ ସନାତନ ଧର୍ମ ଆଉ ପୁରୀ ଧାମ ଉପରେ ମାଡ଼ ମାରୁଛନ୍ତି, ସେତେବେଳେ ନବୀନ ବାବୁ କେମିତି ଚୁପ୍ ବସିଛନ୍ତି ?

କାହିଁକି ଚୁପ୍ ବସିଛନ୍ତି ନବୀନ?

କାହିଁକି ଚୁପ୍ ବସିଛନ୍ତି ନବୀନ? Photograph: (KanakNews )

କନକ ବ୍ୟୁରୋ: ଦୀଘାରେ ମମତା ଦିଦି ଜଗନ୍ନାଥ ମନ୍ଦିର ତିଆରି କଲେ, ଏହି ମନ୍ଦିରର ଅଞ୍ଚଳକୁ ଜଗନ୍ନାଥଧାମ ବୋଲି ଘୋଷଣା କଲେ । ହେଲେ ଏତେ ସବୁ ପରେ ବି, କାହିଁକି ଚୁପ୍ ବସିଛନ୍ତି ନବୀନ ବାବୁ? ଯେତେବେଳେ ମମତା ବାନାର୍ଜୀ ସନାତନ ଧର୍ମ ଆଉ ପୁରୀ ଧାମ ଉପରେ ମାଡ଼ ମାରୁଛନ୍ତି, ସେତେବେଳେ ନବୀନ ବାବୁ କେମିତି ଚୁପ୍ ବସିଛନ୍ତି ? ସେ କଣ ବଡ଼ ଭାଇ ହେଇ, ଭଉଣୀକୁ ବୁଝାଇବା ଠିକ୍ ନୁହେଁ କି? ପୁରୀରେ ଜଗନ୍ନାଥ ଧାମ ଥାଉ ଥାଉ, ଦୀଘାରେ ଆଉ ଗୋଟିଏ ଜଗନ୍ନାଥ ଧାମ କେମିତି ତିଆରି ହେବ? ଏମିତି କିଛି କଥା କହି ବିଜେପି ସାଂସଦ ପ୍ରଦୀପ ପୁରୋହିତ ଜଗନ୍ନାଥଧାମ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ।

ସିଧା ସିଧା ପ୍ରଦୀପ ପୁରୋହିତ କହିଛନ୍ତି, ନବୀନ ବାବୁ ହସ୍ତକ୍ଷେପ କଲେ, ମମତା ବାନାର୍ଜୀ ବୁଝିଯାଆନ୍ତେ । ମୋତେ ଲାଗୁଛି ନବୀନ ବାବୁଙ୍କ ପରାମର୍ଶରେ ବୋଧେ ମମତା ବାନାର୍ଜୀ ଜଗନ୍ନାଥ ଧାମ କରିଛନ୍ତି । ଆଉ ଯଦି ନବୀନ ଏନେଇ ପରାମର୍ଶ ଦେଇନାହାଁନ୍ତି ତେବେ ନିଜ ଭଉଣୀଙ୍କୁ ସେ ଚିଠି ଲେଖନ୍ତୁ ନହେଲେ ଟେଲିଫୋନ୍ କରି ବୁଝାନ୍ତୁ ବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

ପୂର୍ବରୁ ଅନେକ ପ୍ରସଙ୍ଗରେ ନବୀନଙ୍କ କଥା ମାନିଆସିଛନ୍ତି ମମତା ଦିଦି । ଆଳୁ ପ୍ରସଙ୍ଗ ହେଉ କି ଆଉ କିଛି ସବୁବେଳେ ନବୀନ ଆଉ ମମତାଙ୍କ ଭଲ ବୁଝାମଣା ନେଇ ଚର୍ଚ୍ଚା ହେଇଥାଏ । ହେଲେ ଦୁଇ ରାଜ୍ୟକୁ ନେଇ ଯେତେବେଳେ ଏତେ ବଡ଼ ପ୍ରସଙ୍ଗ ମୁଣ୍ଡ ଟେକିଛି । ଆଉ ଖୋଦ୍ ଜଗନ୍ନାଥଙ୍କ କଥା ସାମ୍ନାକୁ ଆସିଛି ସେତେବେଳେ ବିରୋଧୀ ଦଳ ନେତା ଭାବେ ନବୀନ  ଚୁପ୍ ରହିବା ବିଜେପି ସାଂସଦଙ୍କୁ ପ୍ରଶ୍ନ କରିବାର ସୁଯୋଗ ଦେଇଛି । ତେବେ ଏତେ ସବୁ ଭିତରେ, ମମତା ବାନାର୍ଜୀ କେମିତି ଆଉ କେଉଁ ପରିସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ କହିଲେ? ଆଉ କେମିତି ପୁରୀରେ ଜଗନ୍ନାଥଧାମ ଥାଉ ଥାଉ ଦୀଘାର ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ବୋଲି କୁହାଗଲା? ତାକୁ ନେଇ ଏବେ ସରଗରମ ହେଇଛି ରାଜନୀତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe