କନକ ବ୍ୟୁରୋ : ରାଜ୍ୟସଭାରେ ଉଠିଲା ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗ । ରାଜ୍ୟସଭା ଡେପୁଟି ଚେୟାରମ୍ୟାନଙ୍କ ପାଖରେ ପ୍ରସ୍ତାବ ରଖିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ମାର୍ଚ୍ଚ ୫ ଓଡ଼ିଶାରେ ଛୁଟି ଘୋଷଣା ଓ ଜାତୀୟ ସ୍ତରରେ ଏହି ପାଞ୍ଚାୟତିରାଜ ଦିବସ ପାଳନକୁ, ରାଜନୈତିକ ଉଦ୍ଦେଶ୍ୟ ରଖି ବଦଳାଇ ଦେଲେ ରାଜ୍ୟ ସରକାର । ଏଭଳି ପରିବର୍ତ୍ତନ କରାଯାଇଥିବାକୁ ନିନ୍ଦା କଲେ ବିଜେଡି ସାଂସଦ ।

Advertisment

ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତ ଦୂର କରିବାକୁ ପ୍ରୟାସ । ଅଲଗା ଅଲଗା ପାଳନ ହେବନି ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ମଧ୍ୟ ପାଳନ ହେବ ଲୋକସଭା ଦିବସ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାର୍ଚ୍ଚ ୫କୁ ବିଜୁ ପଟ୍ଟନାୟକ ଜୟନ୍ତୀ ଭାବେ ପାଳନ ହେବ । କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବନି । ୨୦୨୦ରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା ।