ସବୁ ରେକର୍ଡ ଭାଙ୍ଗିଲା ପୁଷ୍ପ-୨ ; ୬ ଦିନରେ ଆଦାୟ କଲାଣି ହଜାରେ କୋଟି

ସବୁ ରେକର୍ଡ ଭାଙ୍ଗିଲା ପୁଷ୍ପା ୨।  ପ୍ରଥମ ଫିଲ୍ମ ଭାବେ ସବୁଠୁ କମ ଦିନରେ ଆୟ କଲା ୧୦୦୦ କୋଟି ।  ରିଲିଜର ୬ ଦିନରେ ଆୟ କଲା ୫୦ କୋଟିରୁ ଅଧିକ ।  ସାରା ବିଶ୍ବରେ ଅଲୁ ଅର୍ଜୁନ କ୍ରେଜ୍। 

Allu-Arjun-in-Pushpa-2

କନକ ବ୍ୟୁରୋ: ବକ୍ସ ଅଫିସ୍‌ରେ କମାଲ କରୁଛି ପୁଷ୍ପା-୨ । ରେକର୍ଡ ଉପରେ ରେକର୍ଡ କରୁଛି ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ । ଫିଲ୍ମଟି ଖୁବଶୀଘ୍ର ହଜାରେ କୋଟି ଅତିକ୍ରମ କରିବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ୬ ଦିନରେ ବିଶ୍ବବ୍ୟାପୀ ୯୫୦ କୋଟିର ରୋଜଗାର କରିବାରେ ସଫଳ ହୋଇଛି। ପ୍ର

ଥମ ଦିନରେ ୧୬୪ କୋଟିର ବ୍ୟବସାୟ କରି ବର୍ଷର ରେକର୍ଡ ସୃଷ୍ଟି କରିଥିଲା । ଆଉ ଏବେ ୬ ଦିନରେ ପାଖାପାଖି ହଜାରେ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି । ୬ ଦିନ ପରେ ବି ପ୍ରାୟ ସବୁ ଥିଏଟର ହାଉସଫୁଲ ରହୁଛି । ଆଗକୁ ଏହା ବାହୁବଳି-୨ର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ପୁଷ୍ପା-୨କୁ ନେଇ ଏବେ ବି ଦର୍ଶକଙ୍କ ଭିତରେ କ୍ରେଜ୍ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe